ଧାରଣାରେ ଲାଞ୍ଜିଗଡ଼ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ

ଲାବ୍ ଟେକ୍ନିସିଆନ ତାଙ୍କୁ ମାଡ଼ ମାରିବା, ପଇସା ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣି ତାଙ୍କ ବଦଳି ଦାବିକଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। କିନ୍ତୁ ଏହାର ଓଲଟା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ସ୍ଥିତ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ବିଦ୍ୟାଳୟର ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ତାଙ୍କ ଲାବ ଟେକ୍ନିସିଆନ ଭବାନୀ ଶଙ୍କର ଦାସ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କଲେ ତାଙ୍କୁ ମାଡ଼ ମାରିବା, ମେସ ପଇସା ଦେବା ଦିନେ ବିଳମ୍ବ ହେଲେ ଦିନକୁ ୧୦୦ ଟଙ୍କା ଫାଇନ ଆଦାୟ କରିବା, ଖାଦ୍ୟର ମାନକୁ ନେଇ ଅଭିଯୋଗ ଆଣିଲେ ବିଦ୍ୟାଳୟରୁ ତଡିଦେବା ପାଇଁ ଧମକ ଦେଇଥିବା ଭଳି ଲାବ ଟେକ୍ନିସିଆନଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ଆଜି ସକାଳୁ ୭ ଘଣ୍ଟା ସମୟରେ ଲାଞ୍ଜିଗଡ଼-ବିଶ୍ୱନାଥ ପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରେ ଉପରେ ଧାରଣା ଦେଇଥିଲେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ। ଲାବ୍ ଟେକ୍ନିସିଆନ ଶ୍ରୀ ଦାସଙ୍କୁ ବଦଳି ନକରିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ଜିଦ ଧରିଥିଲେ ଛାତ୍ରଛାତ୍ରୀ।

Omkar Vasthu
Omkar Vasthu

ଦୀର୍ଘ ୨ଘଣ୍ଟା ଛାତ୍ରଛାତ୍ରୀ ଧାରଣାରେ ବସିବା ପରେ ଘଟଣା ସ୍ଥଳକୁ ଲାଞ୍ଜିଗଡ଼ ଥାନା ଏସ୍ଆଇ ଲିଙ୍ଗରାଜ ସେଠି, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାରସିଂହ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରିବା ସ୍ଵତେ ମୁଖ୍ୟ ରାସ୍ତାରୁ ବିଦ୍ୟାଳୟ ସମ୍ମୁଖରେ ପୁଣି ଧାରଣା ଦେଇ ଧାରଣାରୁ ଓହରି ନଥିଲେ। ଏହାପରେ ଜିଲ୍ଲା ସ୍ତରରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ ଓ ସ୍ୱତନ୍ତ୍ର ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଲାବ୍ ଟେକ୍ନିସିଆନ ଶ୍ରୀ ଦାସଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବା ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରିଥିଲେ। ଏନେଇ ବ୍ଳକ ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ନେଇ ଆମେ ତଦନ୍ତ କଲୁ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.