ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ଠାରେ ମହାକାଶ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତର ମହାକାଶ ଅଭିଯାନ ସମ୍ପର୍କିତ ଚିତ୍ରାଙ୍କନ, କୁଇଜ୍, ବକ୍ତୃତା, ସେମିନାର, ଭିଡିଓ ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu

ସେହିପରି ଚନ୍ଦ୍ରଯାନ ତଥା ଇସ୍ରୋର ବିଭିନ୍ନ ମିଶନକୁ ଲୋକାଭିମୁଖୀ କରିବା ପାଇଁ ସ୍ଵତନ୍ତ୍ର କ୍ଲାସ୍, ପାଠଚକ୍ର, ଆଲୋଚନା ମଧ୍ୟ କରାଯାଇଥିଲା। ଇସ୍ରୋର ସଫଳତାକୁ ସ୍ମରଣ କରି ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ଭାରତକୁ ବିଶ୍ୱ ମହାକାଶ ଗବେଷଣା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ସହ ପିଲା ବେଳେ ମାଁ କହିଥିବା ଜହ୍ନମାମୁ ଆଉ ଆମ ପାଇଁ ଅପହଞ୍ଚ ହେଇ ରହି ନାହିଁ ବୋଲି ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବିଶ୍ବମ୍ବର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.