ତରଭା ନବୋଦୟ ବିଦ୍ୟାଳୟରେ ଛାତ୍ରଙ୍କୁ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ 

କାର୍ଯ୍ୟାନୁଷ୍ଠାନ ଦାବିକଲେ ଛାତ୍ରଛାତ୍ରୀ ଓ ଅବିଭାବକ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜବାହାର ନବୋଦୟ ବିଦ୍ୟାଳୟ ତରଭାରେ ଦଶମ ଶ୍ରେଣୀର ଜଣେ ଛାତ୍ର କରନ ସାହୁ ସ୍କୁଲ୍ ରେ ନିର୍ଯାତିତ ହେବା ପରେ ଜରୁରୀ କାଳୀନ ଫୋନ ନଂ ୧୦୯୮ କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ପ ଲାଇନ ସୁଜିତ କୁମାର ମିଶ୍ର କଲ୍ ରିଶିଭ ପରେ ଶିଶୁ ସୁରକ୍ଷା କଲ୍ୟାଣ ସମିତି ଙ୍କୁ ପତ୍ର ମାଧ୍ୟମରେ ତୁରନ୍ତ ଜଣାଇଥିଲେ। ଯୁଗ୍ମ କମିଟି ସଂକର୍ଷଣ ପଣ୍ଡା ଅଧକ୍ଷ୍ୟ ଶିଶୁ ମଙ୍ଗଳ ସମିତି, ଶାନ୍ତନୁ କୁମାର କର୍ଣ୍ଣ, ଶିଶୁ ମଙ୍ଗଳ ସମିତି, ହେମନ୍ତ କୁମାର ସା, ଶିଶୁ କଲ୍ୟାଣ ସମିତି ର ସଦସ୍ୟ, ସୁଜିତ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ପ ଲାଇନ ସୁବର୍ଣ୍ଣପୁର ସୁଧୀର କୁମାର ଦାସ, କାଉନ୍ଶିଲର, ଚାଇଲ୍ଡ ହେଲ୍ପ ଲାଇନ, ସୁବର୍ଣ୍ଣପୁର ପ୍ରଶାନ୍ତ ମାହାକୁଡ କାଉନସିଲର, ଡିସିପିଓ ସୁବର୍ଣ୍ଣପୁରଙ୍କ ମିଳିତ ଉଦ୍ୟମରେ ନବୋଦୟ ବିଦ୍ୟାଳୟକୁ ଯାଇ ଉକ୍ତ ଶିଶୁ କୁ ପୁରା ଘଟଣା ବିଷୟ ରେ ପଚାରି ବୁଝିଥିଲେ।

Omkar Vasthu
Omkar Vasthu

ଶାରୀରିକ ଶିକ୍ଷା ଶିକ୍ଷକ ମନମହୋନ ପଟେଲ ତାର ଚୁଟିକୁ ଟାଣି ଘୋଷାଡି ନେଇ ଭଙ୍ଗା କାଚ ପଡିଥିବା ଡ୍ରେନରେ ପକେଇବାକୁ ଚେଷ୍ଟା କରୁଥିବା ବେଳେ ଶିଶୁଟି ଶିକ୍ଷକଙ୍କ ଠାରୁ ଛଡେଇ ହେବାକୁ ଯାଇ ତଳେ ପଡି ଯାଇଥିଲା। ଯେଉଁଥିରେ କି ମୁଣ୍ଡରେ ଭୀଷଣ ଆଘାତ ଲାଗିଛି ଓ ଶିଶୁ ର ମୁଣ୍ଡ ବୁଲେଇବା ସହ ବାନ୍ତି ଲାଗିବା କଥା କମିଟିକୁ ଅଭିଯୋଗ କରିଥିଲେ। କମିଟି ତୁରନ୍ତ ଭୀମ ଭୋଇ ଚିକିତ୍ସାଳୟକୁ ପୀଡିତ କରନଙ୍କୁ ସ୍ଥାନତାରିତ କରିବାକୁ ପରାମର୍ଶ ଦେଇଥିଲେ। ଯୁଗ୍ମ କମିଟି ଆଗରେ ଛ।ତ୍ର/ଛାତ୍ରୀ ମାନେ ସ୍ବେଚ୍ଛାକୃତ ଭାବେ କହିଥିଲେ ଯେ ଶିକ୍ଷଙ୍କ ଏହି ପରି ଅଭ୍ଯାସ ଆଗରୁ ମଧ୍ୟ ରହିଛି। ଏବଂ ବିଦ୍ୟାଳୟର ହାଉସ ଫାଦର ପିଲାମାନଙ୍କୁ ଡରେଇ ଧମକେଇ କାହାକୁ ନ ଜଣେଇବାକୁ ତାଗୀଦ କରନ୍ତି ବୋଲି କହିଥିଲେ। ଏଣୁ ତଦନ୍ତ କୁ ବାଟବଣା ନ କରି ଏହାର ତୁରନ୍ତ ତଦନ୍ତ ହୋଇ ଏହି ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜନସାଧାରଣ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.