ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଶିଶୁଙ୍କ ସୁରକ୍ଷା ସହିତ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସମ୍ବଲପୁର ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଉପସ୍ଥିତ ଅଧିକାରୀ, ସମସ୍ତ କର୍ମଚାରୀଙ୍କୁ ଗୁରୁତ୍ଵ ଦେବାକୁ କହିଛନ୍ତି।
ଜିଲ୍ଲା ସମାଜ କଲ୍ୟାଣ ଅଧୀକାରିଣୀ ସନ୍ଧ୍ୟାରାଣୀ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କଲ୍ୟାଣ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ, ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ, ସମସ୍ତ ବ୍ଲକ ଶିଶୁ ବିକାଶ ଅଧୀକାରିଣୀ, ସ୍ୱାସ୍ଥ୍ୟ, ଶିକ୍ଷା, ଶ୍ରମ ବିଭାଗର ପ୍ରମୁଖ ଅଧିକାରୀ, ହିଣ୍ଡାଲକୋ ଅଧିକାରୀ, ବିଭିନ୍ନ ସିଭିଲ ସୋସାଇଟି କର୍ମକର୍ତ୍ତା, ଏଡିଟ ଏନ୍ ଅକ୍ସସ ର ପରିଚାଳକ ସରୋଜ ବାରିକ୍, ସୁନୀତା ତ୍ରିପାଠୀ ସହିତ ବହୁ ସଂଖ୍ଯାରେ ମିଶନ ଶକ୍ତି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ରାଜଶ୍ରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।