ନର୍ଲା ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାର ବହୁ ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚଳିତ ବର୍ଷ ନବରାତ୍ରୀ ଦୁର୍ଗା ପୂଜା ପାଳନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବିଗତ ବର୍ଷ ମାନଙ୍କରେ ପୂଜା ସମୟରେ ଘଟୁଥିବା କିଛି ବ୍ୟତିକ୍ରମକୁ କିଭଳି ସଂଶୋଧନ କରାଯିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା। ଏହାପରେ ଚଳିତ ବର୍ଷ ପୂଜା ପରିଚାଳନା ପାଇଁ କମିଟି ଗଠନ କରାଯାଇଥିଲା।

ସର୍ବସମ୍ମତି କ୍ରମେ ସଭାପତି ଭାବରେ ମୃତ୍ୟୁଞ୍ଜୟ ନାଗ (ପିଣ୍ଟୁ), ଉପସଭାପତି ଭାବରେ ବିମଳ ସାହାଣୀ, ସାଧାରଣ ସମ୍ପାଦକ ଭାବରେ ଦୀପୁ ପାତ୍ର, ଯୁଗ୍ମ ସମ୍ପାଦକ ଭାବରେ କ୍ଷେତ୍ର ସାହାଣୀ ଓ କୋଷାଧ୍ୟକ୍ଷ ଭାବରେ ଅନମୋଲ ଚାନ୍ଦ (ବଣ୍ଟୁ) ପ୍ରମୁଖ ମନୋନୀତ ହୋଇଥିଲେ। ନବରାତ୍ରୀ ପୂଜା ପାଇଁ ଅକ୍ଟୋବର ୨ ତାରିଖ ଅପରାହ୍ନ ୪ ଟା ବେଳେ କଳସ ଯାତ୍ରା ଅନୁଷ୍ଠିତ ହେବ ଓ ୩ ତାରିଖରୁ ନବରାତ୍ରୀ ପୂଜା ଆରମ୍ଭ ହେବ। ଚଳିତ ବର୍ଷ ପାଗକୁ ଦେଖି ମନୋରଂଜନର କାର୍ଯ୍ୟକ୍ରମ ଗୁଡିକ କରାଯିବ ବୋଲି ନବ ନିର୍ବାଚିତ ସଭାପତି ପିଣ୍ଟୁ ନାଗ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.