ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ମହାକାଶ ସପ୍ତାହ

ପୃଥିବୀ ଭଳି ଆଉ ଏକ ନୂତନ ପୃଥିବୀ ସନ୍ଧାନରେ ଅଗ୍ରସର ମଣିଷ- କହିଲେ, ମୁଖ୍ଯବକ୍ତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଗତ ୨୩ ଅଗଷ୍ଟରେ ଦେଶବ୍ଯାପୀ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥିବା ବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏହି ସ୍ଵତନ୍ତ୍ର ଦିବସକୁ ଏକ ସପ୍ତାହ ଧରି ପାଳନ କରାଯାଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତା ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ତତ୍ତ୍ବାବଧାନରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ସଭାକୁ ଉଦବୋଧନ ଦେଇ କୁଳପତି, ଶୃଙ୍ଖଳା ହିଁ ଭଲ ମଣିଷ ହେବାର ମୁଖ୍ଯ ଉପାଦାନ ଓ ମନରେ ଥିବା ସ୍ଫୃହା, ଆଶା ଓ ସ୍ବପ୍ନକୁ ସାକାର କରିବାର ରାସ୍ତା ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ମତବ୍ୟକ୍ତ କରିଥିଲେ। ମହାକାଶ ବିଜ୍ଞାନ ଏକ କଠିନ ବିଷୟ ହେଲେ ମଧ୍ଯ ଶୃଙ୍ଖଳିତ ଗବେଷଣା, ଦୃଢ଼ ବିଶ୍ବାସ ଓ ନିରନ୍ତର ଜ୍ଞାନ ଆହରଣ କରି ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଗାମୀକାଲିର ମହାକାଶ ବିଜ୍ଞାନୀ ହୋଇ ପ୍ରତିଷ୍ଠିତ ହୁଅନ୍ତୁ କହି ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଚାନ୍ଦିପୁର ସ୍ଥିତ ଡି.ଆର.ଡି.ଓ.ର ପିଏକ୍ସଇର ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ନାୟକ ଯୋଗଦେଇ ସାଂପ୍ରତିକ ମହାକାଶ ବିଜ୍ଞାନର ଭବିଷ୍ୟତ, ଉଦ୍ଭାବନ, ତଥା ଏହାର ପ୍ରୟୋଗ ଓ ସମାଜ ଉପରେ ଏହାର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନକୁ ନେଇ ଅଧିକ ଅନୁସନ୍ଧିତ୍ସୁ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡ଼କ୍ଟର କମଳାକାନ୍ତ ଜେନା ଯୋଗଦେଇ ମହାକାଶ ଓ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତର ସର୍ବୋତ୍ତମ ପ୍ରୟାସ ଗୁଡିକ ସଂପର୍କରେ ଅବଗତ କରାଇଥିଲେ। ଏଥିସହ ବର୍ତ୍ତମାନ ସମୟରେ ଭାରତରେ କିପରି ଖୁବ କମ୍ ଖର୍ଚ୍ଚରେ ମହାକାଶ ଯାତ୍ରାର ସଫଳ ହୋଇପାରିଛି, ଓ ବର୍ତ୍ତମାନ ମହାକାଶ ବିଜ୍ଞାନ ସାହାଯ୍ଯରେ ଅନ୍ୟ ଏକ ବସବାସ ଯୋଗ୍ଯ ଗ୍ରହର ଅନୁସନ୍ଧାନରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧିତ ଆଲୋଚନା କରିଥିଲେ। ଏହି ଅବସରରେ ଜାତୀୟ ମହାକାଶ ଦିବସରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ଯ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ମହାକାଶ ସପ୍ତାହ ପାଳନ, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ଯ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲାଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା । ଉଦଘାଟନୀ ଉତ୍ସବକୁ ଡ଼କ୍ଟର ବିବେକାନନ୍ଦ ନାୟକ ସଂଚାଳନ କରିଥିଲେ ଓ ଡ଼କ୍ଟର ରାଜୀବ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.