ପୋଲିସ୍ କନଷ୍ଟେବଳ ଜଗା ଜଗତଙ୍କ ହୃଦଘାତରେ ମୃତ୍ୟୁ

ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ପୋଲିସର ୧୯୯୭ ବ୍ୟାଚ୍ ର କନେଷ୍ଟବଳ ଜଗା ଜଗତ ଆଜି ସକାଳେ ଜିଲ୍ଲା ପୋଲିସର ଅସ୍ତ୍ରାଗାରରେ ଡିଉଟି କରୁଥିବା ସମୟରେ ଅଚେତ୍ ହୋଇ ଯାଇଥିଲେ। ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

Omkar Vasthu
Omkar Vasthu

ଏହା ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଛି। ପରେ ରିଜର୍ଭ ପୋଲିସ୍ ପଡିଆରେ ସ୍ୱର୍ଗୀୟ ଜଗତଙ୍କୁ ଜିଲ୍ଲା ପୋଲିସ୍ ତରଫରୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା। ଏସପି ସୁବର୍ଣ୍ଣପୁର ୟଶ ପ୍ରତାପ ଶ୍ରିମାଲ ସ୍ଵର୍ଗତ ଜଗା ଜଗତଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ଦେଇ ଶୋକ ସନ୍ତପ୍ତ ପରିବାରକୁ ଆଶ୍ଵାସନା ଦେଇ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଶୋକ ସଭାରେ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ସଂଯୋଜନା କରିଥିବା ବେଳେ ଜିଲ୍ଲା ଆରକ୍ଷୀ ବାହିନୀର ସମସ୍ତ ଉଚ୍ଚ ପଦାଧିକାରୀ କର୍ମଚାରୀ ସ୍ଵର୍ଗତ ଜଗା ଜଗତଙ୍କ ମର ଶରୀରରେ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଵର୍ଗତ ଜଗା ଜଗତ ଜିଲ୍ଲା ପୋଲିସର ବ୍ୟାଣ୍ଡ ପାର୍ଟିର ଜଣେ ସୁଦକ୍ଷ ବିଗୁଲର ଥିବା ବେଳେ ସେ ଜଣେ ସରଳ, ମେଳାପି ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି ଜିଲ୍ଲା ହାବିଲଦାର କନେଷ୍ଟବଳ ଶାଖା ସଂଘ ସଭାପତି ଦିନେଶ ମିଶ୍ର କହିଛନ୍ତି। ଜାଗାଙ୍କ ମର ଶରୀରକୁ ତାଙ୍କ ଗ୍ରାମ କଉଡ଼ିଆମୁଣ୍ଡା ସ୍ଥିତ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। କନେଷ୍ଟବଳ ସଂଘର ବହୁ କର୍ମକର୍ତା ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଗାଁ ଶ୍ମଶାନରେ ପହଞ୍ଚିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.