‘ମାସ୍’ ଅନୁଷ୍ଠାନ ପକ୍ଷରୁ ବିରଜା ନାୟକଙ୍କ ସ୍ମୃତିସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ‘ମାନବ ଅଧିକାର ସୁରକ୍ଷା ସଂସଦ’ (ମାସ୍) ପକ୍ଷରୁ ଦିବଙ୍ଗତ କବି, ସମାଜସେବୀ ତଥା ‘ଦି ଟେଲିଗ୍ରାଫ୍’ର ପୂର୍ବତନ ସାମ୍ବାଦିକ ବିରଜା ପ୍ରସାଦ ନାୟକଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜିମାବାଦସ୍ଥିତ ‘ବହିଘର’ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଅଭୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସଂଗଠନର ସାଧାରଣ ସଂପାଦକ ଦେବାଶିଷ ପଣ୍ଡା, ସଦସ୍ୟା ପ୍ରତିମା ପଣ୍ଡା, ମଞ୍ଜୁଲତା ବଳ, ତରୁପ୍ରଭା ଦାସ, ସଦସ୍ୟ ସିଦ୍ଧେଶ୍ବର ବିନ୍ଧାଣୀ, ଆଡ଼ଭୋକେଟ୍ ଜ୍ଞାନାନନ୍ଦ ମିଶ୍ର, ଗୁରୁଦତ୍ତ ରମିଶ୍ର, ସୀତାରାମ୍ ପ୍ରଧାନ, ସୁଦର୍ଶନ ଜେନା, ସୁଧାକର ସେଠୀ, ଦିଲ୍ଲୀପ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ବିରଜା ନାୟକଙ୍କ ଜୀବନ ଓ ଗୁଣାବଳୀ ସଂପର୍କରେ ଆଲୋଚନା କରିଥିଲେ। ସଭା ଆରମ୍ଭରେ ବିରଜାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ଅତିଥି ଗଣ ବିରଜାଙ୍କୁ ନେଇ ନିଜ ନିଜ୍ ସ୍ମୃତିଚାରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.