ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ଦର୍ଶକଙ୍କ ମନମୋହିଲେ ଶିଶୁ କଳାକାର

ଓଡ଼ିଆ ବାର୍ତ୍ତା/ କଣ୍ଟାମାଳ (ମମତା ମହାକୁର): ବିଦ୍ୟାଳୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଖଟଖଟିଆ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ  କୁଇଜ,ସୁନ୍ଦର ହସ୍ତାକ୍ଷର ଲିଖନ, ସୃଜନଶୀଳ ଲିଖନ, ପିଏମ ପୋଷଣ ଇତ୍ୟାଦି ସମ୍ପର୍କରେ ପ୍ରତିଯୋଗୀତା ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଲୋକନୃତ୍ୟରେ ବିଦ୍ୟାଳୟର ଶିଶୁ କଳାକାର ଶବର ନୃତ୍ୟ, ଡାଲଖାଇ, ନୂଆଁଖାଇ, ରସରକେଲି ଆଦି ଲୋକ ସଂସ୍କୃତିକୁ ପାଥେୟକରି ନୃତ୍ୟ ପରିବେଷଣ କରିଥିଲେ। ଉପସ୍ଥିତ ଦର୍ଶକ ମାନେ ଶିଶୁ ମାନଙ୍କ ନୃତ୍ୟ ପରିବେଷଣକୁ ମନଭରି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ସମୀର କୁମାର ପ୍ରଧାନ, ସୁରେନ୍ଦ୍ର କମ୍ପ, ନୃପମଣୀ ମହାଲିକ ରହିଥିବା ବେଳେ ଶିକ୍ଷୟତ୍ରୀ ଦୀପ୍ତିମୟୀ ବୈଠାରୁ, ବିନୀତା ମେହେର, ସ୍ନେହାପ୍ରଭା ମହାପାତ୍ର, ଶୈଳେନ୍ଦ୍ର ବସ୍ତିଆ ଵିଚାରକ ମଣ୍ଡଳୀରେ ରହିଥିଲେ। ଶିଶୁମାନଙ୍କ ଭିତରେ ଥିବା ପ୍ରତିଭାକୁ ଅନ୍ୱେଷଣ କରିବା ସୁରଭି ଏକ ଅନନ୍ୟ ମାଧ୍ୟମ ବୋଲି ପ୍ରଧାନ ଶିକ୍ଷକ ଖିଥିବାବେଳେ ଶିକ୍ଷକ ରଂଜୁ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଆସନ୍ତା ୨୩ରୁ ୨୭ ମଧ୍ୟରେ ହେବାକୁ ଥିବା କ୍ଲଷ୍ଟର ସ୍ତରୟି ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.