ଦମାମୁଣ୍ଡାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଣ୍ଟାମାଳ (ମମତା ମହାକୁର): କଣ୍ଟାମାଲ ବ୍ଲକ ଦମାମୁଣ୍ଡା ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ସମ୍ମାନିତ ସମ୍ମାନିତ ଅତିଥି ଭାବେ ଖଟଖଟିଆ ଗ୍ରାମପଞ୍ଚାୟତର ସରପଂଚ ଅରବିନ୍ଦ ପାଣ୍ଡେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, କଣ୍ଟମାଲ ବିଇଓ ସନୋଜ କୁମାର ସେଠି, ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କଣ୍ଟାମାଲ ବିଦ୍ୟାଳୟ କ୍ରୀଡା ସଙ୍ଘଠନର ସଂପାଦକ ପଞ୍ଚାନନ ପ୍ରଧାନ ,ଉମାଶଙ୍କର ରାଉତ ଯୋଗେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ଭୁବନ ନାଏକ, ଅରୁଣ ଖଟୁଆ, ସୁଦାମ ମିଶ୍ର ପ୍ରମୁଖ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଖେଳ ଶିକ୍ଷକ ଆଦିନାଥ ଦାଶ ମଞ୍ଚ ପରିଚାଳନା କରିଥିଲେ । ଏଥିରେ କଣ୍ଟାମାଲ, ହରଭଙ୍ଗା ଓ ବୌଦ୍ଧ ବ୍ଲକର ୩୫୦ ଜଣ ପ୍ରତିଯୋଗୀ ଯୋଗଦାନ କରିଥିବା ଜଣାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ଦମାମୁଣ୍ଡା ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.