ପଲମ ଫାଣ୍ଡି ପୋଲିସର ବଡ଼ ସଫଳତା: ଜବତ ହେଲା ୪ କ୍ୟୁଣ୍ଟାଲ ଗଞ୍ଜେଇ 

ଓଡିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମାଜରେ ନିଶା କାରବାର ଦିନକୁ ବଢ଼ି ଚାଲିଥିବା ବେଳେ ଏହାର କବଳରେ ଯୁବ ପିଢୀ ଛନ୍ଦି ହୋଇ ପଡିଛନ୍ତି। ନିଶା ସେବନ ସାଙ୍ଗକୁ ଅନେକ ସମୟରେ ସେମାନେ ଗଞ୍ଜେଇ ଚୋରା ଚାଲାଣ ଭଳି କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ତେବେ ଜଣେ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଫିସର ଭାବେ ସୁପରିଚିତ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକଙ୍କ ହାବୁଡ଼ରୁ ଗଞ୍ଜେଇ ମାଫିଆଙ୍କୁ ନିସ୍ତାର ମିଳୁନାହିଁ। ଶୁକ୍ରବାର ପିକଅପ ଭ୍ୟାନ ସହ ୪ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ପଲମ ଫାଣ୍ଡି ପୋଲିସ। ଆଜି ବଡି ଭୋରରୁ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପଟ୍ଟନାୟକ, ଏସ.ଆଇ ଡି.ମୋହନଙ୍କ ସହ କେସିଙ୍ଗା ଥାନାର ଅନ୍ୟ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିଲେ। ସେହି ସମୟରେ ବନ୍ଧପଡା ନିକଟରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ମାଫିଆମାନେ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲେ। ଓଡ଼ି -୦୩ -ଏ ଏ ୫୫୮୫ବିଶିଷ୍ଟ ଏକ ମହିନ୍ଦ୍ରା ପିକଅପ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିଲା। ପୂର୍ବରୁ ବିସ୍ବସ୍ଥ ସୂତ୍ରରୁ ଖବର ପାଇ ପଲମ ପୋଲିସ ବନ୍ଧପଡା ନିକଟରେ ଛକି ବସିଥିଲା। ପୋଲିସକୁ ଦେଖି ପିକଅପ ଗାଡିରେ ବସିଥିବା ତିନିଜଣ ଗଞ୍ଜେଇ ମାଫିଆ ଫେରାର ମାରିଥିଲେ। ତେବେ ୪ କୁଇଣ୍ଟାଲ ଗଞ୍ଜେଇ ସହ ଗାଡ଼ିକୁ ଜବତ କରିଥିବା ପଲମ ଫାଣ୍ଡି ଅଧିକାରୀ  ଅକ୍ଷୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.