ମସ୍କାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟସର କାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ବଣମଲ୍ଲୀ ବଣରେ ଫୁଟି ମଉଲୀ ନଯିବା ପାଇଁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଛନ୍ତି। ସେହି କାର୍ଯ୍ୟକ୍ରମ ମଧ୍ୟରେ ସୁରଭି ଏକ ନିଆରା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ୪ଟି ସ୍ତରରେ ଅନୁଷ୍ଠିତ ହୋଇଥାଏ। ପ୍ରଥମେ କ୍ଲଷ୍ଟର, ବ୍ଲକ ଜିଲ୍ଲା ଏବଂ ଶେଷରେ ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

Omkar Vasthu
Omkar Vasthu

ଏବେ ରାଜ୍ୟର ସମସ୍ତ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମସ୍କାଗୁଡ଼ା କ୍ଲଷ୍ଟରର ମସ୍କାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସଂଯୋଜକ ପ୍ରକାଶ ପଧାନଙ୍କ ତତ୍ବାବଧାନ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଭୋଇଙ୍କ ଅଧ୍ୟକ୍ଷତାରେ ସୁରଭି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମୂଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ରଥ ବେରୁକ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଥିରେ ସମ୍ମାନିତ ଅତିଥି ଭାବେ କମର୍ଦ୍ଧା ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର, ବରିଷ୍ଠ ଶିକ୍ଷକ ଭାଗିରଥି ବେରୁକ, ମୁଣ୍ଡାଗାଁ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ମାଝୀ ପ୍ରମୁଖ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଶ୍ରୀ ପ୍ରଧାନ ପରିଚାଳନା କରିଥିଲେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଏବିଇଓ ଦ୍ରୋଣ ରଣା ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ସମାଜସେବୀ ହରିଶଙ୍କର ପାତ୍ର, ବରିଷ୍ଠ ଶିକ୍ଷକ ନଗେନ୍ଦ୍ର ନାଥ ପଟ୍ଟନାୟକ, ଲାଞ୍ଜିଗଡ଼ ରୋଡ଼ ସିଆରସିସି ଶ୍ରବଣ କୁମାର ସରାଫ, ନର୍ଲା ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ଅବସର ପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ଜେନା, ଗୋବର୍ଦ୍ଧନପୁର କ୍ଲଷ୍ଟର ପୂର୍ବତନ ସଂଯୋଜକ ତପନ କୁମାର ଭୋଇ,ପିଇଡବଲ୍ୟୁ ମିଡ଼ିଆ ଆସୋସିଏସନ ଲାଞ୍ଜିଗଡ଼ ବଳିଷ୍ଠ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସଭାପତି ନିଲେଶ କୁମାର ନାଗ, ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ପ୍ରେସ କ୍ଲବ ସଭାପତି ସୁଶିଲ କୁମାର ବାଗ ପ୍ରମୁଖ ମଞ୍ଚାସିନ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ଏଥିରେ ମସ୍କାଗୁଡା କ୍ଲଷ୍ଟର ଅନ୍ତର୍ଗତ ୧୬ଟି ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ଶିକ୍ଷକ ଲଲିତ ମାଝୀ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଏବିଇଓ ଦ୍ରୋଣ ରଣାଙ୍କୁ ମସ୍କାଗୁଡ଼ା କ୍ଲଷ୍ଟରର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.