ପୁରୁଷୋତ୍ତମପୁରରେ ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ଥିବା କନଫରେନ୍ସ ବୈଠକ ହଲରେ ପୋଷଣମାହ କାର୍ଯ୍ୟକ୍ରମ ସମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ଲଳିତା ମଲିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈ ଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କିବେହେରା, ପୁରୁଷୋତ୍ତମ ପୁରୁଷୋତ୍ତମପୁର ବିଡ଼ିଓ ମନୋଜ ନାୟକ, ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଭାଟ କୁମରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ଦାଶ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସିମାଞ୍ଚଳ ରଥ, ମଞ୍ଚାସିନ ରହିଥିଲେ | ଉପସ୍ଥିତ ଅତିଥି ମାନେ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମାଆ ଓ ଶିଶୁମାନଙ୍କ ଉପକାରିତା ଉପରେ ଆଲୋଚନା କରି ଥିଲେ। ଏହିପରିପେକ୍ଷୀରେ ଶିଶୁଙ୍କୁ ଅନ୍ନପ୍ରାଶନ କରାଇଥିବା ମାଆ, ଗର୍ଭବତୀ ମାଆ, ଶିଶୁକୁ ସୁସ୍ଥସବଳ କରାଇଥିବା ମାଆ, ଏବଂ ଗେହ୍ଲା ଝିଅ ମାନଙ୍କୁ ସମ୍ବନ୍ଧିତ କରା ଯାଇଥିଲା । ସେହିପରି ପୋଷଣ ପାଳନ ସମ୍ବନ୍ଧିତ ନଅ ଗୋଟିସେକ୍ଟରକୁ ଭଲ ପୋଷଣ କାର୍ଯ୍ୟକ୍ରମ କରି ଥିବାରୁ ସେହି ସେକ୍ଟର କୁ ମାନ ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା | ସେହିପରି ଭାଟ କୁମରଡ଼ା ସେକ୍ଟର ର ଶାଗୁଣା ପଲି ଅଙ୍ଗନ ୱାଡି କର୍ମୀ ମାଧଵୀ କୁମାରୀ ସାହୁ ଙ୍କୁ ଭଲ ଗୀତ ଗାଈଥିବାରୁ ତାଙ୍କୁମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା | 3ଜଣ ମାଆ ଙ୍କୁ ସେମାନଙ୍କ ସନ୍ତାନକୁ ସୁସ୍ଥ ଶବଳ କରିଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାସହ ବକୃତା ରେ ଭାଗ ନେଇଥିବା ଅଙ୍ଗନ ୱାଡି ଙ୍କ ମଧ୍ୟରୁ 3ଜଣଙ୍କୁ ପୁରସ୍କୃତ କରାଯାଇ ଥିଲା | ବିପିସିସୁରେଶ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା | ତେବେ ସିଫ଼ିପିଓ ତାଙ୍କ ଭାଷଣ ରେ 7 ଗୋଟି ବିଷୟ ଉପରେ ଧ୍ୟାନ ରଖିବାଜୁ ଅଙ୍ଗନୱାଡି କର୍ମୀଓମାଆମାନ ଙ୍କୁ ଉପଦେଶଦେଇଥିଲେ | ସେଗୁଡିକ ହେଲା, କୁପୋଷଣ କୁ ଦୂର କରି ସମସ୍ତ ଶିଶୁଙ୍କୁ ସୁସ୍ଥ ରଖିବା | ଝିଅ ମାନଙ୍କୁ ଉପଯୁକ୍ତବୟସରେ ବାହା ଦେଇ ବାଲ୍ୟ ବିବାହ କୁ ଦୂର କରିବା | ଗର୍ଭବତୀ ମାଆ ମାନେ ଶିଶୁ ମାନଙ୍କୁ ଠିକ ଭାବେ ସ୍ଥାନ୍ୟପାନ କରେଇବା | ନାବାଳିକା ଓ ବାଳକ ମାନଙ୍କୁ ଅଦ୍ଵିକା କାର୍ଯ୍ୟକ୍ରମ ରେ ସଚେତନତା କରାଇବା | ମାଆ ମାନେ ସେମାନଙ୍କ ଶିଶୁ ଙ୍କୁ ଭଲ ଖାଦ୍ୟ ଖୋଇସୁସ୍ଥ ରଖିବା ବାର୍ତ୍ତା ସହଅଙ୍ଗନଓ୍ବାଡ଼ି କର୍ମୀ ଙ୍କ ବକୃତା ଓ ପାଲା ଗାୟକ ମାନଙ୍କ ଦ୍ୱାରା ଗାଁ ମାନଙ୍କ ରେ ଏହି କାର୍ଯ୍ୟକ୍ରମ କୁ ପ୍ରଚାର କରିବା ଉପରେ ବାର୍ତ୍ତାଦେବାପାଇଁ କହିଥିଲେ | ତେବେ ଏହି କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ବିଭାଗ ର ସମସ୍ତ ଅଫିସ ପରିଦର୍ଶିକା ମାନଙ୍କ ସହିତ ଷ୍ଟାଫ ଓ ଅଙ୍ଗନ ୱାଡି କର୍ମୀମାନେ ଉପସ୍ଥିତ ରହି ଏହା କୁ ସହଯୋଗ କରିଥିଲେ | ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.