୬ ମାସର ଭତ୍ତା ପାଇବେ ବରିଷ୍ଟ ବୁଣାକାର, ମୂଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାମାଜିକ ସୁରକ୍ଷା ଦୃଷ୍ଟିରୁ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଟ ବୁଣାକାର ମାନଙ୍କୁ ଆଗରୁ ରାଜ୍ୟ ସରକାର ମାସିକ ୨ ହଜାର ଟଙ୍କା ଭତ୍ତା ଦେଉଥିଲେ କିନ୍ତୁ ଏପ୍ରିଲ ମାସରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଓଡିଶା ବୁଣାକାର ମହାସଙ୍ଘ ସେପ୍ଟେମ୍ୱର ୨୫ରେ ମୁଖ୍ୟମନ୍ତ୍ରୀ ଏବଂ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୟନ ଶିଳ୍ପ ନିର୍ଦେଶକ ଶୋଭାନ କୃଷ୍ଣ ସାହୁଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ନୂତନ ମୋହନ ମାଝୀ ସରକାର ସରକାର ମଧ୍ୟ ଏହି ଦାବିକୁ ତୁରନ୍ତ ବିଚାର କରି ଏକ କାଳୀନ ୬ ମାସର ଭତ୍ତା ବାବଦକୁ ୧୨ ହଜାର ଲେଖାଏଁ ବରିଷ୍ଟ ବୁଣାକାର ମାନଙ୍କ ବ୍ୟାଙ୍କ ଖାତାକୁ ଅକ୍ଟୋବର ୧ ବରିଷ୍ଟ ନାଗରିକ ଦିବସ ରେ ପଠାଇବା ପାଇଁ ଚିଠି କରି ଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଓଡିଶା ବୁଣାକାର ମହାସଂଘର ଉପଦେଷ୍ଟା ଇରାଶିଷ ଆଚାର୍ଯ୍ୟ, ବିଧାୟକ ଭଟଲି ତଥା ବିଭାଗୀୟ ପଦାଧିକାରୀ ଙ୍କୁ ବୁଣାକାର ମହାସଙ୍ଘ ର ସଭାପତି ଶ୍ରୀଧର ବେହେରା ଉପ-ସଭାପତି ଶ୍ରୀକାନ୍ତ ନାୟକ, ସାଧାରଣ ସମ୍ପାଦକ ବିଜୟ ମେହେର, ସଂଗଠନ ସମ୍ପାଦକ ବିଜୟ କୁଣ୍ଡୁ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା ବିଶ୍ଵନାଥ ଦାସ ସହଦେବ ମେହେର, ଶ୍ୟାମ ମେହେର, ସଂଜୟ କର, ଗୋବିନ୍ଦ ଦାସ, ହୃଦାନନ୍ଦ ରାଉତ, ରାଜେନ୍ଦ୍ର ଦାସ, ରମେଶ ସିଂ, ପ୍ରଦୀପ ବର୍ଦ୍ଧନ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.