ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଓ ସ୍ଥାନୀୟ ଭାଟକୁମାରଡ଼ା ର କନକାଦୂର୍ଗା ମନ୍ଦିର ରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ ଆସି ତଦାରଖ କରିଥିଲେ।ତାରାତାରିଣୀ ମନ୍ଦିର ର ଚୋରି ଘଟଣା କୁ ନେଇ ଦୁଃଖ ପ୍ରକାଶ କରିବା ସହ କନକ ଦୁର୍ଗା ମନ୍ଦିର ର ପୂର୍ନଉଦ୍ଧାର କାର୍ଯ୍ୟ ଆସି ଦେଖିଥିଲେ।ବିଜେପି ର ସମସ୍ତ ସଦସ୍ୟ ମାନେ ଭାଟକୁମାରଡ଼ା ରେ ସାଂସଦ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ବାଗତ କରିଥିଲେ । ଏହି ଗ୍ରାମରେ ଥିବା ବିଜେଡି ଓ ବିଜେପିର ଦୁଈ ନେତା ପୂର୍ଣ୍ଣିଚନ୍ଦ୍ର ଦାଶ, ଓ କୋରନାଥ ସ୍ବାଇଁ ଏବଂ ସୁନୀଲ କୁମାର ଦାଶ (କାଳିଆ ) ଙ୍କୁ ଏହି କନକ ଦୁର୍ଗା ମନ୍ଦିର ପୀଠରେ ଉଭୟଙ୍କ ସମର୍ଥକ ଙ୍କ ସହିତ ସବୁ ଭେଦା ଭାବଭୁଲି ଆଜିଠାରୁ ମିଳି ମିଶି କାମ କରିବା ଓ ପଞ୍ଚାୟତ ର ଉର୍ନ୍ନତି ପାଇଁ ଆଗେଇ ଆସିବାକୁ ଏହାର ମୁଖ୍ୟ ପୁରୋଧା ସମାଜ ସେବୀ ନିର୍ମଳ ଚନ୍ଦ୍ର ସାହୁଙ୍କ ସଂଯୋଜନା ରେ ସାଂସଦ ଙ୍କ ଉପସ୍ଥିତି ରେମାଆ ଙ୍କପାଖରେଶପଥ କରିଥିଲେ | ସାଂସଦ ଙ୍କ ସହିତ ଏହିତିନି ନେତାଙ୍କୁ ଓ ସମାଜ ସେବୀ ନିର୍ମଳ ଚନ୍ଦ୍ର ସାହୁଙ୍କୁ ପୁଷ୍ପ ଗୁଚ୍ଛଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏବଂ ମାଙ୍କ ପାଖରେ ଆଶିଷ ଭିକ୍ଷା କରିଥିଲେ | ଏହାପରେ ସାଂସଦ ମାଆ ତାରା ତାରିଣୀ ଙ୍କ ପୀଠକୁ ଯାଇ ତାଙ୍କରି ଦର୍ଶନ, ପୁଜା କରିବା ସହ ମାଙ୍କ କୃପା ଭିକ୍ଷା ପାଇଁ ପାର୍ଥନା କରିଥିଲେ | ଗତ ମଙ୍ଗଳ ବାର ରାତିରେ ଏହି ପୀଠରୁ ଚୋରି ଘଟଣା କୁ ସେଦୃଢ଼ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଥିଲେ | ଏବଂ ନେଇଥିବା ଦୁର୍ବୁତ୍ତ ମାନଙ୍କୁ କେବେବି ଛଡା ଯିବ ନାହିଁ ବୋଲି କହିବା ସହ ସେ ଏହା ଉପରେ ଛତ୍ରପୁର ଏସପି ଶୁଭେନ୍ଦୁ ପାତ୍ର ଙ୍କ ସହ କଥା ହୋଇଛି ବୋଲି କହିଥିଲେ | ଏବଂ ସେବାୟତ ମାନଙ୍କ ସହ କଥା ହୋଇ ପୀଠର ଉର୍ନ୍ନତି ଉପରେ ତୁମ ମାନଙ୍କ ସହ ଯୋଗ ଅତ୍ୟନ୍ତ ଦରକାର କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ସହ ବହୁ ବିଜେପିର ନେତା କର୍ମୀ ଉପସ୍ଥିତ ଥିଲେ |