କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ଧାନ ମଣ୍ଡି, ହେଲେ ଉଠିଲାନି ଚାଷୀଙ୍କ ଧାନ

୪୫ଟୋକନ ହିତାଧିକାରୀ ମଧ୍ୟରୁ ଜଣେ ଚାଷୀ ଅଂଶ ଗ୍ରହଣ କଲେ

କାମ କରିଲାନି ମେସିନ, ଉଠିଲାନି ଚାଷୀଙ୍କ ଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା। ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଘୋଟିଆ ଧାନ ମଣ୍ଡିରେ ଉପଜିଲ୍ଲାପାଳଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଆରମ୍ଭ ହେଲା ଧାନ କ୍ରୟ ପ୍ରକ୍ରିୟା। ସୂଚନାମତେ ୨୯ ତାରିଖରେ ସମୁଦାୟ ୪୫ଜଣ ଚାଷୀଙ୍କ ଟୋକନ ରହିଥିଲା। ଦୁର୍ଭାଗ୍ୟର ବିଷୟ କେବଳ ଜଣେ ଚାଷୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରା.ପ ଅଧିନସ୍ଥ ବୈଜଳପୁର ଗ୍ରାମର ଡିଙ୍ଗର ହରପାଲ ନାମକ ଜଣେ ଚାଷୀ ଙ୍କ ୫୧କ୍ୱିଣ୍ଟାଲ ଟୋକନ ଆସିଥିବା ବେଳେ ଆଜି ୫୦କ୍ୱିଣ୍ଟାଲ ଧାନ ଏକ ଟ୍ରାକ୍ଟର ସାହାଯ୍ୟରେ ନେଇ କି ଆସିଥିଲେ। ଚଳିତ ବର୍ଷ ଡବଲ ଇଞ୍ଜିନ ସରକାରଙ୍କ ଧାନର ଏମ୍ଏସ୍ପି ମୂଲ୍ୟ ୨୩୦୦ ଟଙ୍କା ଏବଂ ଏ ଫ କ୍ୟୁ ଧାନ ପାଇଁ ୨୩୨୦ ଏବଂ ଇନପୁଟ ସବସିଡି ବାବଦକୁ ୮୦୦ ଟଙ୍କା ଦେବା ପାଇଁ ଘୋଷଣା କରିଥିବା ବେଳେ ଧାନ ବିକିଥିବା ଚାଷୀ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବିନା କଟନୀ ଛଟଣି ରେ ୩୧୦୦ ଟଙ୍କା ପାଇବା ଆଶା ରଖିଛନ୍ତି ତେବେ ଡିଜିଟାଳ ଆଦ୍ରତା ମାପ ଯନ୍ତ୍ରକୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ଜିଲ୍ଲାର ୧ ଲକ୍ଷ ୧୪ ହାଜର ୭୮୫ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି ସେଥିପାଇଁ ଜିଲ୍ଲାରେ ଖୋଲିବ ୨୨୩ ଟି ଧାନ ମଣ୍ଡି। ତେବେ ମିଲରେ ଧାନର କଷ୍ଟୋଡ଼ି ଏସ୍ପେଣ୍ଡିଚର୍‌ ବା ଧାନ ରଖୁଥ‌ିବା ଖର୍ଚ୍ଚ କ୍ଵଇଣ୍ଟାଲ ପିଛା ୭ ଟଙ୍କା ଏବଂ ଅନ୍ୟପକ୍ଷରେ ୨୦୧୩/୧୪’ମସିହାର ଖର୍ଚ ଫେରସ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ମିଲର୍ସ କଷ୍ଟମ ମିଲିଙ୍ଗ ପାଇଁ ରାଜି ହେଉ ନାହାନ୍ତି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ତାକୁ ନେଇ ଆଗକୁ ମଣ୍ଡି କିପରି ସୁରୁଖୁରୁରେ ଚାଲିବ ସେନେଇ ଚିନ୍ତାରେ ଚାଷୀ। ଅନ୍ୟପଟେ ଏନେଇ ଚାଷୀ ମାନେ ନିଜ ନିଜ ଧାନକୁ ମଣ୍ଡିକୁ ଆଣୁ ନଥିବା ଦେଖିବାକୁ ମିଳିଛି। ସେହିପରି ଘୋଟିଆ ମଣ୍ଡିରେ ଚଳିତ ବର୍ଷ ମଣ୍ଡି ଆରମ୍ଭରୁ କେବଳ ଜଣେ ଚାଷୀ ମଣ୍ଡିକୁ ଧାନ ଆଣିବା ସମସ୍ତ ସରକାରୀ କର୍ମଚାରୀକୁ ଆଶ୍ଚର୍ଯ୍ୟ କରିଛି। ମଣ୍ଡିକୁ ଧାନ ଆସିଲା ସତ ହେଲେ ମେସିନ କାମ ଠିକ ସେ କାର୍ଯ୍ୟ ନ କରିବା ହେତୁ ଉପଜିଲ୍ଲାପାଳଙ୍କ ସମ୍ମୁଖରେ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ଘୋଟିଆ ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀ ମାନଙ୍କୁ ନେଇ ତୁରନ୍ତ ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା ଏକ ସାଧାରଣ ବୈଠକର ବନ୍ଦୋବସ୍ତ କରିଥିଲେ। ଏହି ବୈଠକରେ ଚାଷୀ ମାନଙ୍କୁ ଚଳିତ ବର୍ଷର ନୂତନ ନିୟମ ଓ ନୂତନ ଯନ୍ତ୍ରପାତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ହେଲେ ଖବର ସଂଗ୍ରହ କରିବା ସୁଦ୍ଧା ମଣ୍ଡିକୁ ଆସିଥିବା ଜଣକ ଚାଷୀ ଡିଙ୍ଗର ହରପାଳଙ୍କ ଧାନ ଉଠି ନଥିବା ଘୋଟିଆ ମଣ୍ଡି ଦାୟିତ୍ବରେ ଥିବା କ୍ରୟ ଅଧିକାରୀ ନିକାଶ କୁମାର ଖମାରୀ ପ୍ରକାଶ କରିଛନ୍ତି। ଏହି ଉଦ୍ଘାଟନୀ ସମାରୋହ ରେ ଧର୍ମଗଡ଼ ଉପଜିଲ୍ଲାପାଳ ଧିମାନ ଚକମା, ମଣ୍ଡି ପର୍ଯ୍ୟବେକ୍ଷକ ବିଡ଼ିଓ ଶ୍ରୀଧର ପଣ୍ଡା,ତହସିଲଦାର ଚନ୍ଦନ ନାୟକ,ମଣ୍ଡି ସଂଯୋଜକ ସରସ୍ୱତୀ ମେହେର, ଆରଏମସି ସମ୍ପାଦକ ଉଦିତ ବାବୁ, ଯୋଗାଣ ଅଧିକାରୀ ପବିତ୍ର ସାହୁ, ପେକ୍ସ ସମ୍ପାଦକ କିରଟି ପ୍ରଧାନ, କ୍ରୟ ଅଧିକାରୀ ନିକାଶ ଖମାରି, ଆରଏମସି ଡ଼ାଇରେକ୍ଟର ଦିନେଶ କୁମାର ରାଉତ, ଆରଏମସି ସଦସ୍ୟ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.