ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେବଗିରି ବୁଢୀପଦରର ଏକ ପ୍ରତ୍ୟକ୍ଷ ଦେବୀ ପୋଡଛାପରେନଙ୍କ ନିକଟରେ ଶନିବାର ମାଉଲୀ ଚୋରୋ ନିତି ସଂପନ୍ନ ହୋଇଛି। ଆଟବିକ ସଂସ୍କୃତିର ଏକ ମହାନ ଧାରା ମାଉଲୀ ଚୋରୋ ପର୍ବକୁ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦରର ଧଙ୍ଗଡାମାଝୀ ପରିବାର ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଦେବୀ ପୋଡଛାପରେନ (ମାଉଲୀ)ଙ୍କ ସମେତ ମିର୍ଚ୍ଚୁ, ଡଙ୍ଗରବୁଢା ଓ ବାମନେନ ବୁଢୀଙ୍କ ନିକଟରେ ପାରମ୍ପରିକ ରିତିନିତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ବ ପରମ୍ପରା ଅନୁଯାୟୀ ଦେବୀ ପୋଡଛାପରେନଙ୍କ ପାଖରେ ବୋଦା ବଳି ପ୍ରଦାନ କରିବା ସହ ପାର୍ଶ୍ୱ ଦେବଦେବୀମାନଙ୍କୁ କୁକୁଡ଼ା ଓ ମଦ୍ୟ ସହ ଶୁକ୍ଲ ଭୋଗ ମଧ୍ୟ ଅର୍ପଣ କରାଯାଇଥିଲା। ଗାଁର ସାନ ଗୈାନ୍ତିଆ ଧନେଶ୍ଵର ମାଝୀ, ଧଙ୍ଗଡାମାଝୀ ପରିବାରର ପୂଜକ ସୁନୀଲ କୁମାର ଧଙ୍ଗଡାମାଝୀ, ପ୍ରଦୀପ କୁମାର ଧଙ୍ଗଡାମାଝୀ, ସଞ୍ଜୟ କୁମାର ଧଙ୍ଗଡାମାଝୀ, ଅଜୟ କୁମାର ଧଙ୍ଗଡାମାଝୀ ପ୍ରମୁଖ ପୂଜା ନିତି ସଂପାଦନ କରିଥିଲେ। ଏଥିରେ ଗ୍ରାମର ବନ୍ଧୁ କୁଟୁମ୍ବ ସହଯୋଗ କରିଥିଲେ। ଦେବୀ ପୋଡଛାପରେନଙ୍କ ଏହି କୃଷିଭିତ୍ତିକ ବିଶେଷ ପର୍ବ ସହ ଦେବଗିରି ଅଞ୍ଚଳରେ ଚଳିତ ବର୍ଷର ମାଉଲୀ ଚୋରୋ ନିତି ସଂପନ୍ନ ହୋଇଛି।