ଅବସରପ୍ରାପ୍ତ କର୍ମଚାରୀ ସଂଘର ବନବିହାର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ, ବନ ବିହାର ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହଲ ଅଗ୍ରୱାଲ ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପୂର୍ବତନ ସଭାପତି ତଥା ଉପଦେଷ୍ଟା ବିଶିଷ୍ଟ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦାନ କରି ଦୀପ ପ୍ରଜ୍ୱଳନ କରିଥିଲେ। ସଭାପତି ବଦ୍ରୀପ୍ରସାଦ ମିଶ୍ର, ଉପସଭାପତି ଲକ୍ଷ୍ମଣ ଷଢଙ୍ଗୀ, ସଧାରଣ ସମ୍ପାଦକ କଲ୍ୟାଣ କୁମାର ସାହୁ, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

ସଂଘର ବରିଷ୍ଠ କର୍ମକର୍ତ୍ତା ସଂସ୍କାର ଭାରତୀର ବରିଷ୍ଠ ସଦସ୍ୟ ଲକ୍ଷ୍ନ ବାଗଙ୍କ ନେତୃତ୍ୱରେ ପ୍ରମୋଦ ପରିଡା ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିଥିଲେ। ସଂସ୍କାର ଭାରତୀର ସଦସ୍ୟ ପ୍ରସନ୍ନ ଗଉଡ ତବଲା ସଙ୍ଗତ କରିଥିଲେ। ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂଘ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ସଂଘ ତରଫରୁ ୫ ଡିସିମିଲ ପ୍ଲଟ କିଣାଯାଇଥିଲେ ମଧ୍ୟ ସଂଘ ପାଇଁ ଭବନ ନିର୍ମାଣ ହୋଇପାରୁ ନଥିବାରୁ ଏହାକୁ ନେଇ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସଭାପତି। ଏଥିରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ପ୍ରଥମ ପର୍ଯାୟରେ ଭବନ ନିର୍ମାଣ ପାଇଁ ୬ ଲକ୍ଷ ଟଙ୍କା ବ୍ଲକ ତରଫରୁ ଅନୁଦାନ ଦେବେ ଓ ଏହାପରେ ଭବନ ସମ୍ପୂର୍ଣ୍ଣ ହେବାଯାଏଁ ଯାହା ଖର୍ଚ୍ଚ ଲାଗିବ ବିଧାୟୀକାଙ୍କୁ କହି ତାଙ୍କ ପାଣ୍ଠି ମଧ୍ୟ ବିନିଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାପରେ ନୂତନ ଭାବରେ ସଂଘରେ ଯୋଗଦାନ କରି ସଦସ୍ୟତା ଗ୍ରହଣ କରିଥିବା ୧୭ ଜଣ ନୂଆ ସଦସ୍ୟଙ୍କୁ ସଭାପତି ଓ ସମ୍ପାଦକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ଇତ୍ୟବସରରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା। ଏହାପରେ କର୍ମକର୍ତ୍ତା ନିର୍ବାଚନର ପର୍ବ ଅନୁଷ୍ଠିତ ହୋଇଥିଲା। ସମସ୍ତ ସଦସ୍ୟଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ ନୂତନ କମିଟି ଗଠନ କରାନଯାଇ ପୂର୍ବରୁ ରହିଥିବା କମିଟି ପୁଣି ଆଉଗୋଟିଏ ବର୍ଷ କାମ କରୁ ବୋଲି କହିଥିଲେ। ଏହାକୁ ସଭାପତି ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ କାମ କରିପାରିବେ ନାହିଁ ବୋଲି କହିବାରୁ ତାଙ୍କ ସ୍ଥାନରେ ପ୍ରମୋଦ ପରିଡାଙ୍କୁ ନୁତନ କୋଷାଧ୍ୟକ୍ଷ ଓ ଦୟାନିଧି ଡାଳୁଅଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ନିଆଯାଇଥିଲା।

ସେହିଭଳି ନର୍ଲା ବ୍ଲକର ଚାରିଗୋଟି ଜୋନ ପାଇଁ ଗିରିଧାରୀ ଗଉଡ, ବୀରକିଶୋର ରଣା, ନିର୍ମଳ ନାୟକ ଓ ଶକ୍ତି ଶେଖର ଦାସଙ୍କୁ ଉପସଭାପତି ଦାଇତ୍ୱ ପ୍ରଦାନ କରାଯାଇଥିଲା। ଚାରିଗୋଟି ଜୋନ ପାଇଁ ସରୋଜ ଚାନ୍ଦ, ଆଦିକନ୍ଦ ସାହୁ, ଡମ୍ବରୁ ରଣା ଓ ରତ୍ନାକର ସାହୁଙ୍କୁ ସହ ସମ୍ପାଦକ ଦାଇତ୍ୱ ପ୍ରଦାନ କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀ ସଂଘରେ ବୟସାଧିକ୍ୟ ବ୍ୟକ୍ତି ରହିଥିବାରୁ ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ଏଣୁ ସମସ୍ତେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ କରିନିଅନ୍ତୁ ବୋଲି ଉପଦେଷ୍ଟା ଶ୍ରୀ ଚାନ୍ଦ ସମସ୍ତଙ୍କୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.