ବୀଣାପାଣି କଲେଜ ଧୁମାଭଟାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଧୁମାଭଟା ସ୍ଥିତ ବୀଣାପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି | ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା | ଜୟକିଶୋର ସାହୁ, ବାସୁଦେବ ଛତ୍ରିଆ, ସତ୍ୟନାରାୟଣ ବଗର୍ତ୍ତୀ, ସୁଧୀରକୁମାର ପଧାନ ପ୍ରମୁଖ ଅଧ୍ୟାପକ ମଞ୍ଚାସିନ ରହି ଆତ୍ମରକ୍ଷା କୌଶଳର ବିଶେଷତ୍ୱ ସମ୍ବନ୍ଧରେ ବୁଝାଇଥିଲେ | ମାଷ୍ଟର ଟ୍ରେନର ଗୌରୀ ରାଉତ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ଉଦ୍ଧବ ଦେଓ, ଯଶୋବନ୍ତ ମେହେର, ଦୀପିକା ମେହେର, ଶୋଭାଗିନୀ ସାହୁ, ନମିତା ପ୍ରଧାନ, କୁମୁଦିନୀ ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.