ପ୍ରହସନରେ ପରିଣତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲାରେ ଟିବି ନିରାକରଣ ଅଭିଯାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ୱାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବରୁ ପ୍ରହସନରେ ପରିଣତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲାରେ ୧୦୦ ଦିନିଆ ଟିବି ନିରାକରଣ ଅଭିଯାନ। କାର୍ଯ୍ୟକ୍ରମର ପୃଷ୍ଟ ଭୂମିକୁ ଅନୁଧ୍ୟାନ କଲେ ମନେହୁଏ ଏହା ଏକ ଲୋକ ଦେଖାଣିଆ କାର୍ଯ୍ୟକ୍ରମ। କିଛି କାର୍ଯ୍ୟ ହାତକୁ ନେଇ ଧର୍ମ କୁ ଆଖିଠାର ସଦୃଶ ଚାଲିଛି ପ୍ରୋଗ୍ରାମ। ବାସ୍ତବତାରେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏହି ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯାଇଛି ତାହା ସମୂର୍ଣ୍ଣ ରୂପେ ଫେଲ ହେବା ସମ୍ଭାବନା ରହିଛି। ଏହି କାର୍ଯ୍ୟକ୍ରମ ଓଡିଶା ର ଟିବି ପ୍ରବଣ ୨୦ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଚାଲିଛି l ଲକ୍ଷ୍ୟ ରହିଛି ଟିବି ମୁକ୍ତ ଭାରତ l ଆସନ୍ତୁ ଜାଣିବା ୧୦୦ ଦିନିଆ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କଣ କଣ ପଦକ୍ଷେପ ନେଇଛି ଓ କିଭଳି ପ୍ରସ୍ତୁତ ରହିଛି l ୧୦୦ ଦିନିଆ ଟିବି ନିରାକରଣ କାର୍ଯ୍ୟକ୍ରମ ଗାଇଡ ଲାଇନ ଅନୁଯାୟୀ ପ୍ରିଣ୍ଟ ମିଡ଼ିଆ, ସୋସିଆଲ ମିଡ଼ିଆ ଓ ଇଲୋକ୍ଟ୍ରୋନିକ ମିଡ଼ିଆ ରେ ଏହି କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରିବାପାଇଁ ପ୍ରଚାର ପ୍ରସାର କରିବା କଥା l ଦ୍ଵିତୀୟ ରେ ଫିଲଡ ଲେବେଲର ସର୍ଭେ କାର୍ଯ୍ୟକ୍ରମ ର ରିପୋର୍ଟ କରିବା ପାଇଁ ମିଡ଼ିଆ ସେଲ ବ୍ୟବହାର ହେବା କଥା କିନ୍ତୁ ଏଠି ଲୋକାର୍ପଣ ପର୍ବ ରେ ଡାକିଦେଇ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ପତ୍ର ଦେଇ ବିଭାଗ ଚୁପ ହୋଇ ରହିଛି l ଏ ବିଷୟରେ ବିଭାଗ ପକ୍ଷରୁ କୌଣସି ସନ୍ତୋଷ ଜଣକ ଉତ୍ତର ମିଳୁ ନାହିଁ l କିଛି ଗୁମର ଫିଟି ଯିବା ଭୟରେ କୌଣସି ପ୍ରତିକ୍ରିୟା ଦେଉନଥିବା ଜଣାପଡେ l IEC /BCC ପାଇଁ ଅନେକ ଟଙ୍କା NHM fund ରୁ ଖର୍ଚ୍ଚ ହେଉଛି ମାତ୍ର ଜିଲ୍ଲାପାଳ ଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଟିବି କାର୍ଯ୍ୟକ୍ରମର ହୋଡିଂ ଦେଖିବା ମିଳୁନାହିଁ। ପ୍ରତି ବର୍ଷ ହୋଡିଂ ବଦଳାଇବା ପାଇଁ ଅର୍ଥ ଆସୁଛି ମାତ୍ର ସଦର ମହକୁମା ରେ ହୋଡିଂ ଦେଖିବାକୁ ମିଳୁନାହିଁ। ଏତେ ବଡ଼ ମେଗା ପ୍ରୋଗ୍ରାମ ଚାଲିଛି ଅଥଚ ପ୍ରୋଗ୍ରାମ ର ପ୍ରଚାର ପ୍ରସାର ପାଇଁ ବ୍ୟାନର ନାହିଁ କି ହୋଡିଂ ନାହିଁ l ଏହି ୧୦୦ ଦିନିଆ କାର୍ଯ୍ୟକ୍ରମ ରେ ଏକ ନିଆରା ଓ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଯେ ଯେଉଁମାନଙ୍କ X- ray କିମ୍ବା କଫ ପରୀକ୍ଷା ପାଇଁ ଲୋକମାନଙ୍କୁ ଆଶା କର୍ମୀ ମାଧ୍ୟମ ରେ ଆଣିବେ ସେମାନଂକୁ ଶୁଖିଲା ଖାଦ୍ୟ ଆଶା ଓ ରୋଗୀ ଙ୍କୁ ଦେବାର ନିୟମ ଅଛି କିନ୍ତୁ ଏଥିରେ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି l ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ X- ray ବ୍ୟବସ୍ଥା ରହିଛି ଏବଂ ଏଠି ରୋଗୀ କିମ୍ବା ଆଶା ମାନଙ୍କୁ ଖାଦ୍ୟ ନ ଦେଇ କିମ୍ବା ଦୁଇଦିନ ଛାଡି କରି ଖାଦ୍ୟ ନେବା ପାଇଁ କହି ସ୍ଵାକ୍ଷର କରାଇନେଉଥିବାର ଅଭିଯୋଗ ହେଉଛି l ଦୂର ଦୁରାନ୍ତର ରୁ ଆସିଥିବା ରୋଗୀ ମାନେ ଓ ଆଶା ଦିଦି ମାନେ ଖାଦ୍ୟ ନ ପାଇ ନିରାଶ ହେଉଥିବା ବେଳେ ଖାଦ୍ୟ ପାଇଁ ଆଉ ଦିନେ ଗାଡି ଖର୍ଚ୍ଚ କରି ଖାଦ୍ୟ ନେବା କୁ ପରାମର୍ଶ ଦେବା କେତେ ଦୂର ଯୁକ୍ତି ଯୁକ୍ତ? ସୁବର୍ଣ୍ଣପୁର ଜିଲ୍ଲାବାସୀ ଏହାଙ୍କ ଠାରୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ପାଇଁ ବହୁତ କିଛି ଆଶା ରଖିଛନ୍ତି କାରଣ ପୂର୍ଵ ରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ସୁପରିଟେଣ୍ଡେଣ୍ଟ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି ଓ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଭାବରେ ଅଛନ୍ତି l ତେଣୁ ଉନ୍ନତ ମାନ ର ସ୍ୱାସ୍ଥ୍ୟ ସେବା ନିଶ୍ଚିତ ରୂପେ ଆଶା କରିବେ ଜିଲ୍ଲା ବାସୀ l ଏକାଧାରେ ସରଳ, ନିଷ୍କପଟ ଓ ନ୍ୟାୟିକ ଭାବରେ ପରିଚିତ ମାତ୍ର ଏଠି ପ୍ରଶ୍ନ ଉଠୁଛି ଯେ ମିଶନ କର୍ମଚାରୀ ମାନେ ତାଙ୍କ କର୍ତ୍ତବ୍ୟ ନିଷ୍ଠ ପ୍ରତିପାଦିତ ଓ କେତେ ପରିମାଣରେ ଭରସା କରନ୍ତି କାରଣ ଅଭିଯୋଗ ଆସୁଛି ହାତ ଗଣତି କିଛି ମିଶନ କର୍ମଚାରୀ ଙ୍କୁ ଛାଡିଦେଲେ ପ୍ରାୟ କର୍ମଚାରୀ ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟାଳୟ କୁ ଆଉ ଆସୁ ନାହାନ୍ତି l ଏ ବିଷୟରେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି? TPOWDL ଆରମ୍ଭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପ୍ୟାକେଟ ଖାଦ୍ୟ ଟିବି ରୋଗୀଙ୍କ ପାଇଁ ଯୋଗାଇଥିଲା ଓ କେତେ ରୋଗୀ ଉପକୃତ ହୋଇଥିଲେ। ଷ୍ଟକ ରେଜିଷ୍ଟର କୁ ନେଇ ତଦନ୍ତ କଲେ ସବୁ ଜଣାପଡିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.