ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଶରତ କୁମାର ଶତପଥୀ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଗୁରୁତ୍ବ ଓ ଭାରତୀୟ ସଂସ୍କୃତିର ବ୍ୟାପକତା ସମ୍ପର୍କରେ ଆଲୋଚନା କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଇଓ ତରଭା ନାରାୟଣ ମିଶ୍ର, ବିଇଓ, ଡୁଙ୍ଗୁରିପାଲି ଗଣେଶ କିଶାନ ଓ ବିଇଓ ବାରମହାରାଜପୁରର ଶାନ୍ତନୁ କୁମ୍ଭକାର ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ବ୍ଳକ ସ୍ତରରୁ ଚୟନ ହୋଇ ଆସିଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଇଂରାଜୀ ଓ ଓଡିଆ ରେ ପ୍ରବନ୍ଧ ଲିଖନ, ପୋଷ୍ଟର ପ୍ରସ୍ତୁତି, ସାଇକେଲ ଚାଳନା ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ଅପରାହ୍ନ ରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ପୌର ପରିଷଦ ର ଅଧ୍ୟକ୍ଷା ତାମସୀ ତାମସ୍ମିତ ନାଏକ, ମୁଖ୍ୟବକ୍ତା ଭାବରେ ସୋନପୁର ଉପ ଜିଲ୍ଲାପାଳ ଡକ୍ଟର ସୌମ୍ୟରୁପା ରଥ, ସମ୍ମାନିତ ଅତିଥି ରୁପେ ବିଇଓ ବିନିକା ଲକ୍ଷ୍ମଣ ମିଶ୍ର, ବିଇଓ ତରଭା, ବିଇଓ ଡୁଙ୍ଗୁରିପାଲି ଓ ବରିଷ୍ଠ ବିଇଓ, ବାରମହାରାଜପୁର ଓ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କହିଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପରିମିତା ଦାଶ ସଭାରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ସୁବର୍ଣ୍ଣପୁର ସମଗ୍ର ଶିକ୍ଷାର ସଂଯୋଜକ, ସଂଯୋଜିକା ସ୍ମିତା ମିଶ୍ର, ମାନସ ରଞ୍ଜନ ସେଠ୍, ଅକ୍ଷୟ କୁମାର ସାହୁ, ମୃତ୍ୟୁଞ୍ଜୟ ପ୍ରଧାନ, ରାଜଶେଖର ମିଶ୍ର, ମନୋରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.