ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା ନିମନ୍ତେ ପରୀକ୍ଷା କେନ୍ଦ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା ସୁରୁଖୁରୁରେ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଆଜି ବଲାଙ୍ଗିର ସଦରରେ ଥିବା ମହିଳା ମହାବିଦ୍ୟାଳୟ ଏବଂ ଦେଓଗାଁ ପ୍ଲସ୍ ଟୁ କଲେଜ ପରିଦର୍ଶନ କରିଛନ୍ତି । ଛାତ୍ର ଛାତ୍ରୀଙ୍କ ପାଇଁ ଗୁରୁତ୍ବ ବହନ କରୁଥିବାରୁ ସେମାନେ କିପରି କୌଣସି ଅସୁବିଧାରେ ପରୀକ୍ଷା ଦେଇପାରିବେ ସେ ବାବଦରେ ଜିଲ୍ଲାପାଳ ଶ୍ରୀ ଇସଲୱାର ତର୍ଜମା କରିଛନ୍ତି । ଶାନ୍ତିପୂର୍ଣ୍ଣ ତଥା ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କିପରି ଅବାଧରେ ହେବ ସେ ବିଷୟରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଧ୍ୟାନ ଦେବାକୁ କହିଥିଲେ ।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଏହି କେନ୍ଦ୍ରଗୁଡ଼ିକରେ ସିସିଟିଭି, ସୁରକ୍ଷା ଆଦି ବାବଦରେ ବୁଲିଦେଖିଥିଲେ । ପିଲାମାନେ ପ୍ରଶ୍ନ ପତ୍ର ଠିକ ସମୟରେ ପାଇଲେ ନା ନାହି, ପରୀକ୍ଷା ପରିଚାଳକ ଉପଯୁକ୍ତ ତାଲିମ ପ୍ରାପ୍ତ ନା ନାହି ସେ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ଖରା ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ଧ୍ୟାନଦେବା ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁସାରେ, ଫେବୃୟାରୀ ୧୮ ତାରିଖରୁ ଆସନ୍ତା ୨୭ ତାରିଖ ଯାଏଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାର କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ନିମନ୍ତେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ବଲାଙ୍ଗିର ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ବିଡିଓ ପ୍ରିୟରଞ୍ଜନ କୁମାର ମଧ୍ୟ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.