ଯାନବାହାନ ଯାଞ୍ଚ: ୧୧ ଗାଡ଼ି ଜବତ, ୩ଲକ୍ଷ ୮୦ହଜାର ଫାଇନ ଆଦାୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରାଯାଇଥିଲା। ଗାଡି ଯାଞ୍ଚ ସମୟରେ ବୀମା, ଟିକସ ଓ ଫିଟନେସ ନ ଥିବା ଅଭିଯୋଗରେ ୧୧ଟି ଗାଡିକୁ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଯଥା ଡୁଙ୍ଗୁରିପାଲି ଥାନା, ରାମପୁର ଥାନା, ବିନିକା ଥାନା ଓ ମହାଦେବପାଲି ଫାଣ୍ଡିରେ ଜବତ କରି ରଖାଯାଇଥିଲା। ତେବେ ସନ୍ଧ୍ୟା ସୁଦ୍ଧା ସମସ୍ତ ଗାଡି ମାଲିକଙ୍କ ଠାରୁ ସର୍ବମୋଟ ୩ ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରାଯାଇଥିବା ସହ ଗାଡି ଗୁଡାକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ତନଖି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଟରଯାନ ନିରୀକ୍ଷକ ଶ୍ରୀ ବିଶ୍ୱରଞ୍ଜନ ସାହୁ ଓ ଟ୍ରାଫିକ ସବ ଇନ୍ସପେକଟର ମିସ ପୂଜା ଭେଙ୍ଗରାଙ୍କ ସହ ପରିବହନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଯାଞ୍ଚ କରିବା ସହ ଗାଡି ଗୁଡିକ ଜବତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.