ଯାନବାହାନ ଯାଞ୍ଚ: ୧୧ ଗାଡ଼ି ଜବତ, ୩ଲକ୍ଷ ୮୦ହଜାର ଫାଇନ ଆଦାୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ମିଳିତ ଭାବରେ ଯାନବାହାନ ଯାଞ୍ଚ କରାଯାଇଥିଲା। ଗାଡି ଯାଞ୍ଚ ସମୟରେ ବୀମା, ଟିକସ ଓ ଫିଟନେସ ନ ଥିବା ଅଭିଯୋଗରେ ୧୧ଟି ଗାଡିକୁ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଯଥା ଡୁଙ୍ଗୁରିପାଲି ଥାନା, ରାମପୁର ଥାନା, ବିନିକା ଥାନା ଓ ମହାଦେବପାଲି ଫାଣ୍ଡିରେ ଜବତ କରି ରଖାଯାଇଥିଲା। ତେବେ ସନ୍ଧ୍ୟା ସୁଦ୍ଧା ସମସ୍ତ ଗାଡି ମାଲିକଙ୍କ ଠାରୁ ସର୍ବମୋଟ ୩ ଲକ୍ଷ ୮୦ ହଜାର ଟଙ୍କା ଆଦାୟ କରାଯାଇଥିବା ସହ ଗାଡି ଗୁଡାକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ତନଖି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଟରଯାନ ନିରୀକ୍ଷକ ଶ୍ରୀ ବିଶ୍ୱରଞ୍ଜନ ସାହୁ ଓ ଟ୍ରାଫିକ ସବ ଇନ୍ସପେକଟର ମିସ ପୂଜା ଭେଙ୍ଗରାଙ୍କ ସହ ପରିବହନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଯାଞ୍ଚ କରିବା ସହ ଗାଡି ଗୁଡିକ ଜବତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.