ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଧରପଗଡ଼ ଗ୍ରାମପଞ୍ଚାୟତର ଲାନ୍ଥନଦୀ କୂଳରେ ଥିବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବା ପୀଠରେ ମହାଶିବରାତ୍ରୀ ମେଳା ଉପଲକ୍ଷେ ମଙ୍ଗଲବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବିଜୟ ମିଶ୍ରଙ୍କ ତତ୍ତ୍ବାବଧାନରେ ପୂଜାର୍ଚ୍ଚନା ହୋଇଥିବାବେଳେ ନୂଆବସ୍ତି, ଜାମଖୁଣ୍ଟା, ପେଣ୍ଡରାମାଲ, ଧରପଗଡ଼, ସେଲମା ପଡାର ଶତାଧିକ ମହିଳା ପୁରୁଷ ମନ୍ଦିର ପରିସରରେ ଏକାଠି ହୋଇଥିଲେ। ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଘଣ୍ଟବାଜା, ସଂକୀର୍ତ୍ତନ ମାଧ୍ୟମରେ ଲାନ୍ଥ ନଦୀରୁ ୧୦୮ ଟି କଳସ ଆଣି ମଣ୍ଡପରେ ସ୍ଥାପନ କରିଥିଲେ। ବିଜେପିର ବରିଷ୍ଟ ନେତା ସର୍ବେଶ୍ୱର ପାତ୍ରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ କଳସ ଯାତ୍ରାରେ ଯୋଗ ଦେଇଥିଲେ।ପ୍ରହରୀ କର୍ତ୍ତା ଭାବେ ବସନ୍ତ ଭୋଇ ଓ ତାଙ୍କ ଧର୍ମପତ୍ନୀ ହିମାଂଗୀନ ଭୋଇ, ଯୁଗଲ କିଶୋର ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ମାଳତୀ ବଗର୍ତ୍ତୀ, ଦିନବନ୍ଧୁ ମାଝୀ ଓ ତାଙ୍କ ଧର୍ମପତ୍ନୀ ଦୀପା ମାଝୀ ଏବଂ ସମସ୍ତ ଗାଁ କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ।