ଲକ୍ଷ୍ମୀ ବିକାଶ ଡିଗ୍ରୀ କ୍ୟାମ୍ପସରେ ଭିଫେଷ୍ଟ ଉଦଯାପିତ

ଫୁଡ଼ ଷ୍ଟଲରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କଲେ ଛାତ୍ରୀଛାତ୍ର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଡିଗ୍ରୀ କ୍ୟାମ୍ପସ ପରିସରରେ ଗତ ୩ ଦିନ ଧରି ଚାଲିଥିବା ଭିଫେଷ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ତଥା ତୃତୀୟ ଦିନରେ ଫୁଡ୍ ଫେଷ୍ଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଫୁଡ୍ ଷ୍ଟଲ ରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିଲେ । ପରେ ସଂନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା। ଯାହାକି ବେଶ ଚିତାକର୍ଷକ ହୋଇଥିଲା। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମ୍ୟାନ ଡି.ନାଗେଶ୍ଵର ରାଓ,ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଅଧ୍ୟାପିକା ଡ.ଏସ୍ ପ୍ରିୟା,
ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ନିର୍ଦେଶକ ଡି. ଶ୍ୟାମ,ଅନ୍ୟତମ ନିର୍ଦେଶକ ଡି.ରାମ କୁମାର,ଶିକ୍ଷା ପ୍ରଭାରୀ ଡି.ବିଜୟା,ପରିଚାଳନା କମିଟି ସଦସ୍ୟା ଡି.ପଦ୍ମିନୀ,
ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ.ଟି.ଏଣ୍ଡ୍ ମ୍ୟାନେଜ୍‌ମେଣ୍ଟ୍
ବିଭାଗର ଅଧ୍ୟକ୍ଷ ଡ଼.ସୁଦିପ୍ତ ଜାନା,ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ କ୍ଷେତ୍ରରେ କୃତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀମାନେ ମିଳିତ ଭାବରେ ଉଦ୍ୟମ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.