ଅଙ୍ଗନୱାଡ଼ିର ଅଣ୍ଡା ସହାୟତା ମୂଲ୍ୟ ହେଲା ବୃଦ୍ଧି; ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ସ୍ଵାଗତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଣ୍ଡା ସହାୟତା ମୂଲ୍ୟ ବୃଦ୍ଧିକୁ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ସ୍ଵାଗତ କରିଛି l ପୂର୍ବରୁ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲା l ସଂଘ ର ସଭାନେତ୍ରୀ ମୀରା ଦଳ ବେହେରା, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ ଓ ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ କହିଛନ୍ତି ଯେ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଅନେକ୍ ସମସ୍ୟା ରହିଛି । ତେଣୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଜ୍ୟ ମନ୍ତ୍ରୀ ସାବିତ୍ରୀ ଠାକୁର, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ୍ କରି ବିଭିନ୍ନ୍ ପର୍ଯ୍ୟାୟକ୍ରମେ ଅଲୋଚନା କରାଯାଇଥିଲା l ତାଙ୍କ ଠାରୁ ଅନ୍ୟାନ୍ୟ ସମସ୍ୟା ସମାଧାନ ସକାଶେ ନିର୍ଭର ପ୍ରତିଶ୍ରୁତି ମିଳିଛି l ସମସ୍ୟା ସମୁହର ସମାଧାନ ହେବ ବୋଲି ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘ ଆଶା ରଖିଛି ବୋଲି ଉପରୋକ୍ତ କର୍ମକର୍ତ୍ତା ପ୍ରକାଶ କରିଛନ୍ତି l ପୋଷଣ ଯୁକ୍ତ ଖାଦ୍ୟରେ ଅଣ୍ଡା ମଧ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ଵାରା ବଣ୍ଟା ଯାଇଥାଏ l ଅଣ୍ଡା ବାବଦରେ ୫ ଟଙ୍କା ଦିଆଯାଉଛି, ହେଲେ ବଜାର ଦର ଆକାଶଛୁଆଁ, ତଥାପି କର୍ମୀ ଦେଇଆସିଛନ୍ତି l ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ବର୍ତ୍ତମାନର ସରକାର ୫ ରୁ ୭ ଟଙ୍କାକୁ ବୃଦ୍ଧି କରିଥିବାରୁ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଏବଂ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଯାଇଛି l 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.