ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମପଞ୍ଚାୟତ ଅଧିନସ୍ଥ ବରାହମାଲ ଗ୍ରାମ ଠାରେ ତାଳୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ବାର ସଭାପତି ସୁବୋଧ ମିଶ୍ର ଙ୍କ ସଭାପତିତ୍ୱ ରେ ମହାସମାରୋହ ରେ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବରେ ସଇଁତଲା କୋର୍ଟ ର ବିଚାରପତି ଶ୍ରୀମତୀ ଭଗ୍ୟଶ୍ରୀ ପତି, ସମ୍ମାନିତ ଅତିଥି ଆଇନଜୀବି ଦେବରାଜ ପଣ୍ଡା, ଉପାଧ୍ୟକ୍ଷ ଗୁଣସାଗର ମାଝୀ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଯାନୀ ପ୍ରମୁଖ ଯୋଗଦେଇ ସମ୍ବିଧାନ ଆଖିରେ ମହିଳା ଏବଂ ପୁରୁଷ ସମାନ, ଉଭୟ ମୁଦ୍ରା ର ଦି ପାର୍ଶ୍ୱ ଭଳି, ମହିଳା ଙ୍କ ବିନା ସମାଜ ର ଉର୍ନ୍ନତି ଅସମ୍ବଵ ବୋଲି ମତ ପ୍ରକାଶ କରିଥିଲେ। ଯୁବ ଆଇନଜୀବି ଯୁବରାଜ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ମହିଳା ଆଇନଜୀବୀ ଜ୍ୟୋସ୍ନାରାଣୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।