ପୂତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ପୁତାର ଗ୍ରାମ ପଞ୍ଚାୟତର ପୁତାର ଗ୍ରାମ ଠାରେ ଯଶୋଦା ମହାସଂଘର ୫ ଦିନିଆ ଭିଜନ (ସ୍ବପ୍ନ) ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଚଳିତ ମାସର ଗତ ୩ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଏହି ପ୍ରଶିକ୍ଷଣ ଶିବିରରେ ୩୩ ଜଣ ଇସି: ସଭ୍ୟାଙ୍କ ସମେତ ସିଆରପି: , କୃଷିମିତ୍ର ଓ ପାଣିମିତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ହେଲା ଯେ ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାସଂଘର ବିକାଶରେ ନୂତନ ପରିବର୍ତ୍ତନ ଆଣିବା ସହ ସ୍ବପ୍ନ କୁ ସାକାର କରିବା ପାଇଁ ଉପସ୍ଥିତ ତଥା ଅଂଶଗ୍ରହଣକାରୀ ସମସ୍ତେ ସଂକଳ୍ପ ନେବା ।
ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ତାଲିମ-ଦାତା ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଓ ମଳୟ ମାଧୁରୀ ତ୍ରିପାଠୀ ଯୋଗଦେଇ ପ୍ରଶିକ୍ଷଣ ଶିବିରର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚନା ଓ ସଚେତନତା ବିଷୟ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଏକତାର ଶକ୍ତିକୁ ବୁଝିବା , ଆସନ୍ତା ୫ ବର୍ଷର ସ୍ବପ୍ନ କଣ ସବୁ ରହିଛି ଦେଖିବା , ପରିବର୍ତ୍ତନର କ୍ଷେତ୍ର ( ଜୀବନ-ଜୀବିକା , ଶିକ୍ଷା , ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତାକୁ ବାଛିବା, ସମସ୍ୟାର ସମାଧାନ କରିବା ପାଇଁ ଆତ୍ମବିଶ୍ବାସ ସୃଷ୍ଟି କରିବା, ବିକାଶକୁ ମାପିବା , ପରିବର୍ତ୍ତନର କ୍ଷେତ୍ର ପାଇଁ ପ୍ରତିବନ୍ଧକ ଏବଂ ସୁବିଧା ପ୍ରଦାନକାରୀ ଶକ୍ତିକୁ ଚିହ୍ନଟ କରିବା ଏବଂ ଶେଷରେ ମହାସଂଘର ରହିଥିବା ସ୍ବପ୍ନ ତଥା ଲକ୍ଷ୍ୟକୁ ହାସଲ କରିବା ପାଇଁ ଶପଥ ନେବା ସହ ବିଭିନ୍ନ ଖେଳ ମଧ୍ୟରେ ମାନବ ଗଣ୍ଠି ଓ ଦଉଡ଼ି ଟଣା ପ୍ରତି ଗୁରୁତ୍ବ ଦେବା। ଶେଷରେ ଆଞ୍ଚଳିକ ମଞ୍ଚର ଭିଜନ ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଏମବିକେ:ଙ୍କ ସୁଭାଷିନୀ ଭୂୟାଁ ଦ୍ଵାରା ପରିଚାଳିତ ହୋଇଥିବା ବେଳେ ଗଜପତି ଜିଲ୍ଲା ଓଡ଼ିଶା ଜୀବିକା ମିଶନର ରାୟଗଡ ବ୍ଲକ ବିପିଏମ ଶ୍ରୀ ପ୍ରଫୁଲ୍ଲ କୁମାର ନାଗବଂଶ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.