ଗୋପାଳଜୀ ଯୋଗାଶ୍ରମରେ ମହାରାଜା ବୀରମିତ୍ରୋଦୟଙ୍କ ୮୮ ତମ ଶ୍ରାଦ୍ଧ ଦିବସ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଗୋପାଳଜୀ ଯୋଗାଶ୍ରମ ଠାରେ ମହାରାଜା ବୀରମିତ୍ରୋଦୟ ସିଂହଦେବ ଙ୍କର ୮୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫଟୋ ଚିତ୍ରରେ ଫୁଲ ଚନ୍ଦନ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ସାରସ୍ବତ ସଭାରେ ଡ଼ଃ ସନ୍ତୋଷ କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ପ୍ରାଧ୍ୟାପକ ଡ଼ ଜ୍ୟୋତି ରଞ୍ଜନ ବହିଦାର, ସମ୍ମାନୀତ ଅତିଥି ସ୍ତମ୍ଭାକାର ସୀତାଂଶୁ ଶେଖର ମିଶ୍ର ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ଡ. ସୁଦାମ ନାଏକ ଯୋଗଦାନ କରି, ପ୍ରଜାବତ୍ସଳ ଚୌହାଣ ଶାସକ, ବିସ୍ମୟ ପ୍ରତିଭା, କବି ସାହିତ୍ୟିକ ମହାରାଜା ବୀରମିତ୍ର ଙ୍କର ଆଦର୍ଶ ଶାସନକୁ ନେଇ ଆଲୋଚ଼ନା କରିବା ସହିତ ସୁବର୍ଣ୍ଣପୁର ରାଜ୍ୟ ପ୍ରଗତିରେ ବହୁମୁଖୀ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସଭାକୁ ଡ. ଆର୍ତ୍ତତ୍ରାଣ ବାବୁ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ କୁମାର ପୁରୋହିତ। ଏହି ଶ୍ରାଦ୍ଧୋତ୍ସବରେ ଅନ୍ୟମାନଙ୍କ ସହିତ ହରିହର ଶତପଥୀ, ବାସୁଦେବ ମିଶ୍ର, ମୃତ୍ୟୁଞ୍ଜୟ ଦାସ, ସଚ୍ଚିଦାନନ୍ଦ ନାୟକ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ବିଭୂତି ଶତପଥୀ, ଶୋଭା ପ୍ରକାଶ ମିଶ୍ର ଦୟାନିଧି ସେଠୀ, ସରୋଜ ପଟେଲ, କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚ଼ନା ରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.