ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସ୍ଥାନୀୟ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ ଓ ଅନୁବାଦ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅଭିଭାଷଣ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଯୁବ ସଂସ୍କାର ହଲ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ ଓ ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳଙ୍କ ସମ୍ପାଦିତ ‘ସମକାଳୀନ ସାହିତ୍ୟ ଚର୍ଚ୍ଚା’ ପୁସ୍ତକ ଲୋକାର୍ପିତ ହୋଇଥିଲା।
ସେହିପରି ‘ସମକାଳୀନ ସାହିତ୍ୟର ପ୍ରାସଙ୍ଗିକତା’ ପ୍ରସଙ୍ଗ ଉପରେ ବିଶିଷ୍ଟ ପ୍ରାବନ୍ଧିକ ଡ. ବେଣୁଧର ପାଢ଼ୀ ବକ୍ତବ୍ୟ ରଖିଥିଲେ।
ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ କୁଳପତି ଡ. ନିବେଦିତା ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ଡ. ବେଣୁଧର ପାଢ଼ୀ, କୁଳସଚିବ ପୀତାମ୍ବର ଭୋଇ, ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଅଧ୍ୟାପିକା ଡ. ପ୍ରତ୍ୟାଶା ଧଳ ପ୍ରମୁଖ ମଞ୍ଚାସୀନ ଥିଲେ।
ଅଧ୍ୟାପକ ଡୋଳାମଣି ଧରୁଆ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ବାଲ୍ମୀକି କରୁଆଁ ସଭା ପରିଚାଳନା କରିଥିଲେ।
ସ୍ନାତକ ଦ୍ଵିତୀୟ ବର୍ଷ ଛାତ୍ରୀ ନିକିତା ସାହୁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଧନ୍ୟବାଦ ଦେଇଥିଲେ ଯୁବ ଗାଳ୍ପିକ ଡିଲେଶ୍ୱର ରଣା।