ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ୨୦୨୫ ପାଇଁ ପୁସ୍ତକ ଆହ୍ୱାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ସାହିତ୍ୟ ଅକାଦେମି ୧୯୮୯ ମସିହାରୁ ପ୍ରତିବର୍ଷ ଅକାଦେମି ଦ୍ୱାରା ସ୍ୱୀକୃତ ୨୪ଟି ଭାରତୀୟ ଭାଷାରେ ‘ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର’ ପ୍ରଦାନ କରୁଛି । ଅକାଦେମି ଦ୍ୱାରା ସ୍ୱୀକୃତ ଅସମିୟା, ବଙ୍ଗଳା, ବୋଡ଼ୋ, ଡୋଗ୍ରୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ଼, କଶ୍ମିରୀ, କୋଙ୍କଣୀ, ମୈଥିଳି, ମାଲୟାଲମ, ମଣିପୁରୀ, ମରାଠୀ, ନେପାଳୀ, ଓଡ଼ିଆ, ପଞ୍ଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ସିନ୍ଧି, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଭାରତୀୟ ଲେଖକମାନଙ୍କ ଦ୍ୱାରା ଅନୂଦିତ ସର୍ବୋତ୍କୃଷ୍ଟ ଅନୁବାଦ ପୁସ୍ତକକୁ ଏହି ପୁରସ୍କାର ଦିଆଯାଏ । ଏକ ସମ୍ମାନଜନକ ଉତ୍ସବରେ ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କାର ଅର୍ଥରାଶି ଏବଂ ଫଳକ ପ୍ରଦାନ କରାଯାଇଥାଏ । ସାହିତ୍ୟ ଅକାଦେମି ୨୦୨୫ ବର୍ଷର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଁ ଭାରତୀୟ ଅନୁବାଦକ, ଅନୁବାଦକଙ୍କ ଶୁଭଚିନ୍ତକ ଏବଂ ପ୍ରକାଶକମାନଙ୍କଠାରୁ ଅକାଦେମି ଦ୍ୱାରା ସ୍ୱୀକୃତ ୨୪ଟି ଭାଷାରେ ଅନୁବାଦ ପୁସ୍ତକ ଆହ୍ୱାନ କରୁଛି । ୨୦୧୯, ୨୦୨୦, ୨୦୨୧, ୨୦୨୨ ଏବଂ ୨୦୨୩ (ଅର୍ଥାତ୍ ୧ ଜାନୁଆରି ୨୦୧୯ରୁ ୩୧ ଡିସେମ୍ବର ୨୦୨୩ ମଧ୍ୟରେ) ପ୍ରଥମେ ପ୍ରକାଶିତ ଅନୁବାଦ ପୁସ୍ତକଗୁଡ଼ିକୁ ଏହି ପୁରସ୍କାର ପାଇଁ ବିଚାରକୁ ନିଆଯିବ । ପ୍ରତ୍ୟେକ ବହିର ଏକ କିତା ନକଲ ସହିତ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ୩୧ ମେ ୨୦୨୫ । ଓଡ଼ିଆ ଅନୁବାଦ ପୁସ୍ତକ ଗୁଡିକ କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇବାକୁ ହେବ l ଏହି ପୁରସ୍କାର ସଂପର୍କିତ ବିସ୍ତୃତ ବିବରଣୀ ଜାଣିବା ପାଇଁ ସାହିତ୍ୟ ଅକାଦେମିର ୱେବ୍ସାଇଟ୍ www.sahitya-akademi.gov.in ରେ ଉପଲବ୍ଧ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ନିୟମାବଳୀ ଦେଖିବାକୁ ଅନୁରୋଧ କରାଯାଇଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.