ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମାରୁ ଅନ୍ୟ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜାଲଙ୍କ ନେତୃତ୍ୱରେ ପୋଲିସ ସଦଳବଳେ ଗାଡି ନମ୍ବର ଓଡ଼ି-୦୨-ଏସ-୧୯୯୯ କୁ ଅଟକାଇ ୫୬ କିଲୋ ୫୦୦ ଶହ ଗ୍ରାମ ଗଂଜେଇ ସହିତ ଗାଡିକୁ ଜବତ କରିଛନ୍ତି l ଗିରଫ ହାଇପ୍ରୋଫାଇଲ ଗଞ୍ଜେଇ ମାଫିଆ ବାରଖମା ଗ୍ରାମର ଡ଼ି. ବ୍ରୋଶ ଆଲାମ ଓରଫ ରିପୁ ଡିଗାଲ ବୋଲି ଜଣା ପଡିଛି l ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ହେବ ରିପୁ ଡିଗାଲ ଗଞ୍ଜେଇ ଚୋରା ଚାଲାଣ କଳା କାରନାମାରେ ଲିପ୍ତ ଥିଲା, କିନ୍ତୁ ପୋଲିସ ଆଖିରେ ଧୁଳିଦେଇ ଖସି ଯାଉଥିଲା l ଏନେଇ ବାଲିଗୁଡା ଥାନାରେ କେଶ ନମ୍ବର ୧୪୦/୨୫ ପ୍ରକାରେ ଏକ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l