ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଆଡିମାହା ପଞ୍ଚାୟତର ଶ୍ରୀମା ଅରବିନ୍ଦ ଆଶ୍ରମ ପୀଠ ସିଟୁପାଜୁ ଠାରେ ଅଷ୍ଟପ୍ରହର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ଗ୍ରାମର ଶତାଧିକ ମହିଳା ନୂତନ ବସ୍ତ୍ର ପରିଧାନ କରି ଖଡଗ ନଦୀକୁ ଯାଇ ସେଠାରୁ ପୂଜା ଅର୍ଚ୍ଚନା ପୂର୍ବକ ପବିତ୍ର ଜଳକୁ କଳସୀରେ ଧରି ଯଜ୍ଞ ସ୍ଥଳକୁ ଆଣିଥିଲେ। ରବିବାର ଠାରୁ ନାମ ଯଜ୍ଞ, ଜପଯଜ୍ଞ, ଦୀପ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଓ ଜ୍ଞାନ ଯଜ୍ଞ ଚାଲିଥିଲା । ଏହି ଯଜ୍ଞରେ ବାଲିଗୁଡା, କ.ନୂଆଗାଁ ଓ ଦାରିଙ୍ଗବାଡି ସମେତ ବିଭିନ୍ନ ଅଞ୍ଚଳରୁ ୨୫ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ଯଜ୍ଞରେ ସାମିଲ ହୋଇଥିଲେ । କର୍ତ୍ତା ଭାବେ ଗୋପାଳ ବାଣୁଆ ଓ ଯଶୋଦା ବାଣୁଆ ରହିଥିବା ବେଳେ ସତ୍ୟ ନାରାୟଣ ମିଶ୍ର ପୁରୋହିତ ଭାବେ କାର୍ଯ୍ୟ ତୁଲାଇଥିଲେ । ଗ୍ରାମର ପୀତାମ୍ବର ଭୁକ୍ତା, ଲକ୍ଷଣ ଭୁକ୍ତା, ଶ୍ୟାମ ସିଂ ଭୁକ୍ତା, ଶଙ୍କର ଦଳବେହେରା, କଳାକାହ୍ନୁ ବେହେରା ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।