କେନ୍ଦୁଉଡ଼ାରରେ ବିରାଟ ପର୍ବ ପାରାୟଣ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁର ଭାଗବତ ମନ୍ଦିରରେ ବିରାଟ ପର୍ବ ପୁରାଣ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହା ପାଞ୍ଚ ଦିନ ଧରି ଚାଲିଥିଲା | ହରିବନ୍ଧୁ ଆଚାର୍ଯ୍ୟ ବ୍ୟାସ ତଥା ଜୟସିଂହ ମାଝି, ଚନ୍ଦ୍ରିକା ମାଝୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ |ପ୍ରତିଦିନ ସନ୍ଧ୍ୟାରେ ବୈଠକ କୀର୍ତ୍ତନ ଆୟୋଜିତ ହୋଇଥିଲା । ପ୍ରତି ଅପରାହ୍ନରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ପୁରାଣ ଶ୍ରବଣ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ରାମଚରିତ ମାନସ ମଣ୍ଡଳୀ ସଦସ୍ୟ ସଦସ୍ୟାଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.