ସୁବର୍ଣ୍ଣପୁରରେ ଖଣି ଓ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା

ବେଆଇନ ବାଲି ଚୋରା ଚାଲାଣ ଉପରେ କଡା ଆଭିମୁଖ୍ୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ, ଓଡିଶା ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍‌ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ଖଣି ଓ ପରିବହନ ବିଭାଗର କାର୍ଯ୍ୟ ପରିଚାଳନାର ସମୀକ୍ଷା କରିଛନ୍ତି।
ମନ୍ତ୍ରୀ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ କଡା ଅଭିଯାନ ଆରମ୍ଭ କରିବା ଓ ସମସ୍ତ ବାଲି ଘାଟ/ସୈରତରେ ସୂଚନା ଫଳକ ସ୍ଥାପନ କରିବାକୁ ସପ୍ତାହ ମଧ୍ୟରେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଫଳକରେ ଘାଟର ନାମ, ମାଲିକ, ଲାଇସେନ୍ସ ସଂଖ୍ୟା, ଦୈନିକ ଉଠାଣ ଲକ୍ଷ୍ୟ, ମହଜୁଦ ପରିମାଣ ଓ ଅନ୍ୟାନ୍ୟ ତଥ୍ୟକୁ ଉପଲବ୍ଧ କରିବା ଉପରେ ପରାମର୍ଶ ଦେଇଥିଲେ। ସେ ଏହି ଅବସରରେ ଅନୁମୋଦିତ ରାସ୍ତା ମାଧ୍ୟମରେ କେବଳ ବାଲି ବୋଝାଇ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବା ଓ ଘାଟ ଉପରେ ସିସିଟିଭି କ୍ୟାମେରା, ଗାଡ଼ିରେ ଜିପିଏସ ଲଗାଇ ଟ୍ରାକିଂ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ଯାହାଦ୍ବାରା ବେଆଇନ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଏବଂ ସରକାରୀ ରାଜସ୍ୱ ବୃଦ୍ଧି ସୁନିଶ୍ଚିତ କରାଯାଇ ପାରିବ ବୋଲି କହିଛନ୍ତି। ପରେ ବୈଠକରେ ସେ ପରିବହନ ବିଭାଗର ଗତ ବର୍ଷର ରାଜସ୍ୱ ଆଦାୟ, ଏନଫର୍ସମେମେଣ୍ଟ କାର୍ଯ୍ୟକଳାପ, ଅମାନିଆ ଚାଳନା, ମଦୁଆ ଚାଳକ, ଓଭରଲୋଡିଂ ଓ ଶୋ-ରୁମ ଷ୍ଟକ ଯାଞ୍ଚ ଇତ୍ୟାଦି ବିଷୟରେ ଅଧିକାରୀଙ୍କ ନିକଟରୁ ବିସ୍ତୃତ ତଥ୍ୟ ଅନୁଧ୍ୟାନ କରିଥିଲେ। ସେ ଦୁର୍ଘଟଣା ପ୍ରବଣ ସ୍ଥାନ, ସ୍ବାସ୍ଥ୍ୟ ଯୋଜନା (FTTF) ରେ ଆହତଙ୍କ ସହାୟତା, ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ସମୀକ୍ଷା କରିଥିଲେ । ବୈଠକର ଆରମ୍ଭରେ ଜିଲ୍ଲାପାଳ ଅନ୍ୟା ଦାସ ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଉପସ୍ଥିତ ଥିବା ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଡ଼ା. ସୌମ୍ୟ ରୂପା ରଥ, ବିରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ସି, ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପଲ୍ଲବୀ ରାଣୀ ରାଜ, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ପରିବହନ ବ୍ୟବସ୍ଥାପକ ଏମ. ରାଜଲକ୍ଷ୍ମୀ, ଜିଲ୍ଲା ଖଣି ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଜିଲ୍ଲାରେ ଜନସେବା ଓ ବିକାଶକୁ ଅଧିକ ଲୋକାଭିମୁଖୀ ଭାବେ ଗଢ଼ିବା ପ୍ରୟାସ ଜାରି ରଖିବା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ସମନ୍ୱୟ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.