୧୪ରେ ବୃହସ୍ପତି ଚଳନ; ଚମକିବ ଏହି ସବୁ ରାଶିର ଭାଗ୍ୟ 

ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ
ମୋ: ୮୨୪୯୦୫୯୬୧୬ 

ବୃହସ୍ପତି ଚଳନ: ତା୧୪.୦୫.୨୦୨୫ରିଖ ବୁଧବାର ରାତି ଘ. ୧୦-୩୩ ମିନଟ ସମୟରେ ଦେବଗୁରୁ ବୃହସ୍ପତି ମହାଗ୍ରହ ମୃଗଶିରା ନକ୍ଷତ୍ର ୩ୟ ପାଦ ମିଥୁନ ରାଶିକୁ ସଞ୍ଚାର/ଚଳନ କରିବେ I ଏହି ସମୟରେ ଜୀବଜଗତ ସହିତ ମାନବ ଜୀବନରେ ଅନେକ ପ୍ରଭାବ ପରିଲିକ୍ଷିତ ହେବ । ବୃହସ୍ପତି ସନ୍ତାନ, ବିଦ୍ୟା, ଧନ, ବିବାହ, ସୁଖ, ଭାଗ୍ୟ ଲାଭର କାରକ ଅଟନ୍ତି l

Omkar Vasthu
Omkar Vasthu

ଜୀବେ ଦ୍ୱିତୀୟେ ଧନଧାନ୍ୟଭୋଗୀ,
ସୁତାର୍ଥଲାଭୋ ନବପଞ୍ଚକେଷୁ।
ଯାମିତ୍ରସଂସ୍ଥେ ବିପୁଳା ଚ ଲକ୍ଷ୍ମୀ
ଶ୍ଚୈକାଦଶେ ସର୍ବଫଳଂ ଦଦାତି।।’’

Pearl dental clinic
Near Ashish Medical Store, Bhawanipatna

ବୃହସ୍ପତି ଚଳନ ୧୨ ଟି ରାଶି ପାଇଁ ଶୁଭାଶୁଭ

Udyog Nursery
Udyogi Nursery

ବୃହସ୍ପତି ଗୋଚରେ ଶୁଭ –
ବୃଷ, ସିଂହ, ତୁଳା, ଧନୁ ଓ କୁମ୍ଭ ରାଶିର ।
ବୃହସ୍ପତି ଚଳନ ସମୟେ ଅଶୁଭ:-
ମେଷ, କର୍କଟ, କନ୍ୟା, ବିଛା ଓ ମକର ରାଶିର ।

 

କେଉଁ କେଉଁ ରାଶି ପାଇଁ ଶୁଭଅଶୁଭ ଫଳ ଆସନ୍ତୁ ଜାଣିବା

ମେଷ ରାଶି ~ ମେଷ ରାଶି ପାଇଁ ତୃତୀୟ ବୃହସ୍ପତି ହେତୁ ବନ୍ଧନ ଭୟ ଶାରୀରିକ କଷ୍ଟ ମଧ୍ୟ ହେବ।
ବୃଷ ରାଶି ~ ବୃଷ ରାଶି ପାଇଁ ବୃହସ୍ପତି ଦ୍ଵିତୀୟ ହେତୁ ଧନଧାନ୍ୟ ଲାଭ ହେବ l
ମିଥୁନ ରାଶି ~ ମିଥୁନ ରାଶିପାଇଁ ଜନ୍ମ ବୃହସ୍ପତି ହୋଇଥିବାରୁ ସ୍ଥାନ ନାଶ , ଦୁଃଖ ଭୋଗ, ଶାରୀରିକ ପୀଡା ।
କର୍କଟ ରାଶି ~ କର୍କଟ ରାଶି ପାଇଁ ଦ୍ୱାଦଶ ବୃହସ୍ପତି ହେତୁ ସ୍ୱାସ୍ଥ୍ୟହାନୀ ଓ ଅଯଥା ଖର୍ଚ୍ଚ ବୃଦ୍ଧି l
ସିଂହ ରାଶି ~ ସିଂହ ରାଶି ପାଇଁ ବୃହସ୍ପତି ଏକାଦଶ ହେତୁ ସର୍ବଶୁଭଫଳ ପ୍ରାପ୍ତି ହେବ ।
କନ୍ୟା ରାଶି ~ କନ୍ଯା ରାଶି ପାଇଁ ଦଶମ ବୃହସ୍ପତି ହୋଇଥିବାରୁ ମୋହଗ୍ରସ୍ଥ ବୁଦ୍ଧିନାଶ, କର୍ମକ୍ଷେତ୍ର ପାଇଁ ସତର୍କ ରହିବେ l
ତୁଳା ରାଶି ~ ତୁଳା ରାଶି ପାଇଁ ବୃହସ୍ପତି ନବମ ହେତୁ ଅର୍ଥାଦି ଲାଭ ଏବଂ ସନ୍ତାନ ଲାଭର ସୁଯୋଗ ମିଳିବ ।
ବିଛା ରାଶି ~ ବିଛା ରାଶି ପାଇଁ ଅଷ୍ଟମସ୍ଥିତ ବୃହସ୍ପତି ହେତୁ ପାରିବାରିକ ଦୁଃଖ ଓ ମୃତ୍ୟୁବତ୍ ପୀଡା ର ସମ୍ପାବନା ରହୁଛି ।
ଧନୁ ରାଶି ~ ଧନୁ ରାଶି ପାଇଁ ବୃହସ୍ପତି ସପ୍ତମ ହେତୁ ବିପୁଳ ଲକ୍ଷ୍ମୀ ପ୍ରାପ୍ତିର ସୁଯୋଗ ଆସିବ l
ମକର ରାଶି ~ ମକର ରାଶି ପାଇଁ ଷଷ୍ଠ ବୃହସ୍ପତି ହେତୁ ମୃତ୍ୟୁବତ୍ ପୀଡା ଅପମାନିତ ଦୁଃଖ ଭୋଗ, ଶତ୍ରୁ ବୃଦ୍ଧି l
କୁମ୍ଭ ରାଶି ~ କୁମ୍ଭ ରାଶି ପାଇଁ ବୃହସ୍ପତି ପଞ୍ଚମ ହେତୁ ଧନ ଅର୍ଥ ଲାଭ ସହିତ ସନ୍ତାନ ସୁଖ ମଧ୍ୟ ମିଳିବ ।
ମୀନ ରାଶି ~ ମୀନ ରାଶି ପାଇଁ ଚତୁର୍ଥ ବୃହସ୍ପତି ହୋଇଥିବାରୁ ମରଣାନ୍ତକ ପୀଡା ଗୃହ ଭୂମି ନାଶ, ଅଯଥା ଖର୍ଚ୍ଚ ।

ଅଶୁଭ ବୃହସ୍ପତିଙ୍କ ପାଇଁ ପ୍ରତିକାର

୧-ବୃହସ୍ପତି ଯଦି ଖରାପ ଅଛି ତେବେ ବିଷ୍ଣୁଙ୍କୁ ଆରାଧନା କରନ୍ତୁ, ନିଜର ପିତା ଓ ବ୍ରାହ୍ମଣଙ୍କ ସେବା କରନ୍ତୁ l

୨- ହଳଦୀଖଣ୍ଡ, ହଳଦିଆ ବସ୍ତ୍ର,ହଳଦିଆ ଲଡୁ, ଆଦି ଗ୍ରହବିପ୍ରଙ୍କୁ ଦକ୍ଷିଣା ସହ ଦାନ କରନ୍ତୁ ।

୩- ବ୍ରହ୍ମଯଷ୍ଟି ମୂଳକୁ ପୂଜା କରି ସ୍ତ୍ରୀଲୋକମାନେ ବାମ ବାହୁରେଏବଂ ପୁରୁଷଲୋକମାନେ ଦକ୍ଷିଣବାହୁରେ ଧାରଣ କଲେ ଅଶୁଭଫଳ ହ୍ରାସ ପାଇଥାଏ ।

୪- ପ୍ରତିଦିନ ହଳଦୀ ଖଣ୍ଡେ ନିଜ ପାଖରେ ରଖନ୍ତୁ ଆଉ ହଳଦୀ ଚନ୍ଦନ ମୁଣ୍ଡରେ ମାରନ୍ତୁ ।

୫- ଜପ ମନ୍ତ୍ର: ‘ଓଁ ବୃଂ ବୃହସ୍ପତୟେ ନମଃ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.