କୋକସରାରେ କାଳ ବୈଶାଖୀର ତାଣ୍ଡବ; ଉଡ଼ିଗଲା ସ୍କୁଲର ଛାତ, ଅଞ୍ଚଳରେ ପ୍ରଭୁତ କ୍ଷୟକ୍ଷତି ଆଶଙ୍କା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକରେ ଆଜି ମଧ୍ୟାହ୍ନରେ ଜୋର ଝଡ଼ ତୋଫାନ ହୋଇଥିଲା l ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି l ଝଡ଼ ତୋଫାନ ଫଳରେ ବରାଡ଼ଙ୍ଗା ପଞ୍ଚାୟତ ସିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଉପୁଡିଛି l ଆମ ଓଡିଶା ନବୀନ ଓଡିଶା ଯୋଜନାରେ ତିନିଲକ୍ଷ୍ୟ ପଚାଶ ହଜାର ଅନୁଦାନରେ ହୋଇଥିବା ବିଦ୍ୟାଳୟ ରୂପାନ୍ତରଣ କାମ ନିମ୍ନ ମାନର ହୋଇଥିବା ଓ ଆଜବେଷ୍ଟ ଉପରେ ମୁଣ୍ଡକାରୀ ଦେଇନଥିବା ଯୋଗୁଁ ଏଭଳି ହୋଇଥିବା ଲୋକେ କହିଛନ୍ତି l ତେବେ କାଳ ବୈଶାଖୀ ଯୋଗୁଁ ରାସ୍ତାକଡରେ ଗଛ ଗୁଡିକ ଭାଙ୍ଗି ପଡ଼ିଥିବା ଓ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.