ଓଡିଆ ବାର୍ତ୍ତା/ ବେଲପଡ଼ା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗ୍ରାମ ହରିଜନ ପଡ଼ାରେ ୫୦ ରୁ ଅଧିକ ପରିବାର ପାଣିପାଇଁ ଡ଼ହଳ ବିକଳ ହେଉଥିବା ଦେଖିବାକୁ ମିଳିଛି I ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି I ଖରା ଯେତିକି ବଢୁଛି ପିଇବା ପାଣିର ସମସ୍ୟା ସେତିକି ଉତ୍କଟ ହେଉଛି I ଟୋପାଏ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି ଲୋକେ I ତେଣୁ ଲୋକେ ଅପରିଷ୍କାର ଗୋଳିଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି I ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କିମ୍ବା ପଞ୍ଚାୟତ କର୍ତ୍ତୃ ପକ୍ଷ ନିୟମିତ ନଳକୂପ ଗୁଡ଼ିକୁ ବିଶୋଧନ କରୁନାହାନ୍ତି I ଏଥିରୁ ଦୁର୍ଗନ୍ଧ ଓ ଗୋଳିଆ ପାଣି ବାହାରୁଥିବାରୁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଜିଲ୍ଲାପାଳ ଯଥାଶୀଘ୍ର ପାନୀୟ ଜଳର ସୁବ୍ୟବସ୍ଥା କରନ୍ତୁ ବୋଲି ହରିଜନ ପଡ଼ାବାସୀ ଅନୁରୋଧ କରିଛନ୍ତି I