ଦୂର ହେଲା ତୁନ ଗାଁ ବାସୀଙ୍କ ପାନୀୟ ଜଳ ସମସ୍ୟା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କନ୍ଧାବୁଟୁରା ଗ୍ରାମ ପଞ୍ଚାୟତର ତୁନଗାଁରେ ପାନୀୟ ଜଳ ସଂକଟ ସମସ୍ୟାକୁ ନେଇ ରାଜ୍ୟର ଅଗ୍ରଣୀ ନିୟୁଜ ପୋର୍ଟାଲ ଓଡ଼ିଆ ବାର୍ତ୍ତା ରେ “ତୁନ ଗାଁରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା” ଶୀର୍ଷକ ପ୍ରକାଶ ପାଇଥିଲା l ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖେଇ ସ୍ଥିତି ପରଖି ନଳକୂପର ଗଭୀରତାକୁ ବୃଦ୍ଧି କରେଇ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗେଇବା ପାଇଁ ଉଦ୍ୟମ କରିଛି l ପୂର୍ବରୁ ନଳକୂପର ଗଭୀରତା ୧୪୦ ଫୁଟ ଥିବା ବେଲେ ବର୍ତମାନ ତାହାକୁ ୧୭୦ ଫୁଟକୁ ବୃଦ୍ଧି କରି ପାନୀୟଜଳ ସମସ୍ୟାର ସମାଧାନ କରିଛି l ସୂଚନାଯୋଗ୍ୟ ଯେ, କନ୍ଦାବୁଟୁରା ପଞ୍ଚାୟତ ତୁନ ଗାଁର କନ୍ଦାବୁଟୁରା ଯିବା ଛକରେ ଏକ ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପ ରହିଛି । ଏହି ପାନୀୟ ଜଳ ପ୍ରକଳ୍ପ ଉପରେ ତୁନଗାଁର ପଟେଲପଡା, ରଣାପଡା ଓ ଜଗନ୍ନାଥ ମନ୍ଦିରପଡ଼ାର ଲୋକେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଏହି ପ୍ରକଳ୍ପରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନଥିଲା । ଘଣ୍ଟାଏ ଦୁଇ ଘଣ୍ଟା ଚାଲିଲେ ପାଣି ନିଅଣ୍ଟ ହେଉଥିଲା । ଯାହା ଫଳରେ ଗାଁ ଲୋକେ ଘୋର ପାନୀୟ ଜଳର ସମସ୍ୟା ଦେଖାଦେଉଥିଲା । ବୁଧବାର ଉକ୍ତ ନଳକୂପ ମରାମତି ହେବାରୁ ଗ୍ରାମ ବାସୀ କୋକସରା ବ୍ଲକ ପ୍ରଶାସନ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଯଶୋବନ୍ତୀ ଭୋଇ ଓ ଖବର ପ୍ରସାରଣକାରୀ ସଂସ୍ଥାକୁ ଧନ୍ୟବାଦ ଜଣେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.