ରେଳବାଇ ଡିଭିଜନାଲ କାର୍ଯ୍ୟାଳୟ ତୁରନ୍ତ ପରିଚାଳନା କରିବା ପାଇଁ ଯୁବ ବିକାଶ ପରିଷଦର ଦାବି

ରାୟଗଡ,୪/୮ : ପୂର୍ବତଟ ରେଳବାଇର ରାୟଗଡକୁ ନୂଆ ରେଳ ଡିଭିଜନ୍ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଯାଇଛି । ଏଥି ନିମନ୍ତେ ଆସନ୍ତା ଅଗଷ୍ଟ ୩୧ତାରିଖ ସୁଦ୍ଧା ଡିଭିଜନାଲ ପାଇଁ ସମସ୍ତ କାର୍ଯ୍ୟାରମ୍ଭ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚଳିତ ମାସର ୩ଦିନ ବିତିଯାଇଥିଲେ ମଧ୍ୟ ରେଳବାଇ ପକ୍ଷରୁ ଏ ନେଇ ରାୟଗଡ ରେଳ ଷ୍ଟେସନର ଭିତିଭୂମିକୁ ଯାଂଚ କରିବା ଦିଗରେ କୈାଣସି ଉଚ୍ଚ ପଦସ୍ଥ ଅଧିକାରୀ ଏ ପର୍ଯ୍ୟନ୍ତ ପରିଦର୍ଶନରେ ଆସି ନ ଥିବାରୁ କାର୍ଯ୍ୟାରମ୍ଭ ଦିଗରେ ବିଳମ୍ବ ହେବାରେ ଲାଗିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯାହାକୁ ନେଇ ରାୟଗଡ ସହରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ଡିଆରଏମ କାର୍ଯ୍ୟାଳୟକୁ ତୁରନ୍ତ ପରିଚାଳନା ପାଇଁ ରାୟଗଡ ରେଳ ଷ୍ଟେସନର ଷ୍ଟେସନ ପ୍ରବନ୍ଧକ ପି.ସି.ସେଠୀ ଜରିଆରେ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡ ଯୁବ ବିକାଶ ପରିଷଦ ଓ ଜିଲ୍ଳାବାସୀଙ୍କ ଦୀର୍ଘ ଦିନର ଦାବି ପରେ କେନ୍ଦ୍ର ସରକାର ରାୟଗଡରେ ନୂତନ ଡିଆରଏମ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସଂସଦରେ ଘୋଷଣା କରିବା ସହ ସମସ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ନିର୍ଦ୍ଦେଶନାମାକୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଆଜିଯାଏଁ କୈାଣସି ପରିଚାଳନା ଆରମ୍ଭ ହୋଇନଥିବାରୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

Udyog Nursery
Udyogi Nursery

ଭାରତର ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ପରିଚିତ ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ ସହ ପଡୋଶୀ କଳାହାଣ୍ଡି ଜିଲ୍ଳାର ମୁଖ୍ୟ କେନ୍ଦ୍ରସ୍ଥଳ ରାୟଗଡ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ମୁତାବକ ତୁରନ୍ତ ଡିଆରଏମ ପରିଚାଳନା ସହ ସ୍ଥାନୀୟ ଯୁବକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ଦାବି କରାଯାଇଛି । ସେହିପରି ଆସନ୍ତା ୩୧ତାରିଖ ମଧ୍ୟରେ ଯଦି କାର୍ଯ୍ୟାରମ୍ଭ ନ ହୁଏ ତେବେ ଆନ୍ଦୋଳନ କରାଯିବ ବୋଲି ଯୁବ ବିକାଶ ପରିଷଦ ପକ୍ଷରୁ ଦାବିପତ୍ରରେ ଉଲ୍ଳେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଶିବାଜୀ ଦାସ, ଗୋପିନାଥ ଗୈାଡ, ପୁତୁଲୁ ପାଢି, ପ୍ରତାପ ପୁଆଲା, ଦିବାକର ଗୈାଡ, ରମେଶ ପାୟାସିଂ, ଗଣେଶ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।


ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.