ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ପୂର୍ତ୍ତ ବିଭାଗ ରାସ୍ତା ମରଣ ଯନ୍ତା ପାଲଟିଥିବାବେଳେ ବିପଦପୂର୍ଣ୍ଣ ଅବସ୍ଥାରେ ଆଁ କରି ରହିଛି ପୋଲ । ଏଥିପ୍ରତି ବିଭାଗୀୟ ଅଧୂକାରୀଙ୍କ ଦୃଷ୍ଟି ପଡ଼ୁନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳାରୁ ଭବାନୀପାଟଣା ରାଜ ରାସ୍ତା ଶାନ୍ତି ଛକ ନିକଟରେ । ଶାନ୍ତି ଛକ ନିକଟରେ ରାଜ ରାସ୍ତାରେ ଥୂବା ପୋଲ ତଳୁ ମାଟି ଖାଇ ରାସ୍ତା ର ଅଧା ଖାଇ ଯାଇଥିବାବେଳେ ଉପରକୁ କିନ୍ତୁ ଚିକ୍କଣ ଜଣାପଡ଼ୁଛି । ଯାହା ଫଳରେ ଯାତ୍ରୀମାନଙ୍କ ଜୀବନ ବିପଦ ପୂର୍ଣ୍ଣ ରହିଛି । ଉକ୍ତ ପୋଲକୁ ଲାଗି ଗୋଟିଏ ପାଖରେ ଖାଲ ଥୂବାବେଳେ ଅନ୍ୟ ପାଖରେ ପୋଲ ଚଟାଣର ମାଟି ଖାଇ ଯାଇ ବିପଦ ସଂକୁଳ ଅବସ୍ଥାରେ ବିରାଟ ଫାଙ୍କ ସୃଷ୍ଟି ହେଇଛି । ଏ ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ବିଭାଗୀୟ ଅଧୂକାରୀଙ୍କୁ ସୂଚନା ଦେଇଥିଲେ ସୁଦ୍ଧା ଏହି ସମସ୍ୟାର ସମାଧାନ ଦିଗରେ ବିଭାଗ ଯତ୍ନବାନ ହେଉ ନ ଥିବା ଅଭିଯୋଗ ହେଉଛି । ଏହି ରାସ୍ତା ଦେଇ ହଜାର ହଜାର ଯାତ୍ରୀବାହୀ ଓ ମାଲବାହୀ ଜାନ ବାହାନ ଯାତାୟାତ କରୁଥିବା ବେଳେ ଯାତ୍ରୀ ମାନଙ୍କ ଜୀବନ ବିପଦ ପୂର୍ଣ୍ଣ ରହିଥିବା ବେଳେ କୌଣସି ଅଘଟଣ ଘଟିଲେ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି । ଏଠାରେ ସୂଚନାଥାଉ କି ପୂର୍ତ୍ତ ବିଭାଗ ମୁନିଗୁଡା ଅଞ୍ଚଳରେ ଆବଶ୍ୟକ ନ ଥିବା ଜାଗା ମାନଙ୍କରେ କୋଟି କୋଟି ଟଙ୍କାରେ ଅର୍ଥର ବ୍ୟୟ କରିବା ସହ ଠିକାଦାର ପୋଷଣ ନୀତି ଅବଲମ୍ବନ କରୁଥିବା ନଜିର ରହିଥିବା ବେଳେ ଆବଶ୍ୟକ ସ୍ଥଳେ ଆଖି ବୁଝି ଦେଇଛି ବିଭାଗ । ରାସ୍ତାର ମରାମତି ସହ ଖୁବ ଶୀଘ୍ର ଅର୍ଦ୍ଧ ଭଙ୍ଗା ପୋଲ ବଦଳରେ ନୂତନ ପୋଲ ନିର୍ମାଣ କରାନଗଲେ ଆଗାମୀ ଦିନରେ ଏହା ଏକ ଦୁର୍ଘଟଣାର ଗନ୍ତାଘର ପାଳଟିବ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି ।