ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ତଳ ସାଗର ପଡ଼ାରେ ରହୁଥିବା ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଗୋବର୍ଦ୍ଧନ ଗହୀର(୬୨) ଙ୍କ ଆଜି ସକାଳ ୧୧ ଘଣ୍ଟା ୫ ମିନିଟ୍ ସମୟରେ ପରଲୋକ ଘଟିଛି । ସ୍ବର୍ଗତ ଗହୀର ଶିକ୍ଷା ବିକାଶ ସମିତି ଦ୍ଵାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭାବରେ କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ନିଜର ଦାୟିତ୍ଵ ସମ୍ପାଦନ କରିଥିଲେ । ସେ ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଭାବେ ଅବସର ଗ୍ରହଣ କରିଥିଲେ । ତେବେ ସେ ଏକ ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହେଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଆଜି ନିଜ ଘରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ତାଙ୍କରି ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କରି ଶେଷ କୃତ୍ୟ ସଂପନ୍ନ ହୋଇ ଥିଲା । ବଡ଼ ପୁଅ ଦୁଷ୍ମନ୍ତ ଗହୀର ଓ ସାନ ପୁଅ ଦେବାଶିଷ ଗହୀର ମୁଖାଗ୍ନୀ ଦେଇଥିଲେ । ସେ ଜଣେ କଳାକାର ଭାବେ ମଧ୍ୟ ବେଶ ପରିଚିତ ଥିଲେ । ତାଙ୍କରି ବିୟୋଗରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀ, ପରିଚାଳନା କମିଟି ସଭାପତି ବେଣୁଧର କୁମାର, ସମ୍ପାଦକ ଧନୁର୍ଯ୍ୟ ମହାରଣା, ଅବସର ପ୍ରାପ୍ତ ଶିକ୍ଷକ ରଜନୀ କାନ୍ତ ମହାଖୁଡ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।