ପ୍ରଦୀପ ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

ପ୍ରଥମ ମ୍ୟାଚରେ ଚଣାଳୀମାକୁ ହରାଇ ଜଗନ୍ନାଥପୁର ବିଜୟୀ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଳକ ଛତ୍ରପୁର ପଞ୍ଚାୟତ ମୋହନଗୁଡା ଖେଳ ପଡିଆ ଠାରେ ପ୍ରଦୀପ କୁମାର ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ସୁପୁତ୍ର ଭୈରବ ବହିଦାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଦୀପ କୁମାର ବହିଦାର ମେମୋରିଆଲ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ଉଦଘାଟନି ମ୍ୟାଚ୍ ଜଗନ୍ନାଥପୁର ଓ ଚଣାଳୀମା ମଧ୍ୟରେ ହୋଇଥିଲା। ଏହି ପ୍ରଥମ ମ୍ୟାଚରେ ଜଗନ୍ନାଥପୁର ପ୍ରଥମେ ବ୍ୟାଟିଂ କରି ୧୨ ଓଭର ୯ ଉଇକେଟ ବିନିମୟରେ ୬୫ ରନ୍ ସଂଗ୍ରହ କରି ଥିବାବେଳେ ଜବାବରେ ଚଣାଳୀମା ଦଳ ୧୨ ଓଭର ୮ ଉଇକେଟ ବିନିମୟରେ ୫୧ ରନ୍ କରି ପରାଜୟ ହୋଇଥିଲେ। ଜଗନ୍ନାଥପୁର ୧୪ ରନରେ ବିଜୟ ହୋଇଥିଲେ।  ଆଜିର ମ୍ୟାଚରେ ଶରତ ମାଝୀ ଓ ପ୍ରଫୁଲ୍ଲ ମାଝୀ ଖେଳ ପରିଚାଳନା କରିଥିବାବେଳେ ରାଜେଶ ବିଭାର ଧାରାବିବରଣୀ ଓ ସ୍କୋର ବୋର୍ଡରେ ସନ୍ତୋଷ ସାହୁ ସହଯୋଗ କରିଥିଲେ। ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୨୮ଟି କ୍ରିକେଟ୍ ଦଳ ଅଂଶ ଗ୍ରହଣ କରି ଥିବା ବେଳେ ଆସନ୍ତା ଜୁନ ୧୦ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳା ଯିବ ବୋଲି କ୍ରିକେଟ କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରତିଯୋଗିତାକୁ ମସ୍କାପଦର କ୍ରିକେଟ କମିଟି ପରିଚାଳନା କରିଥିବାବେଳେ ଏଥିରେ ମାଧବ ମାଝୀ, ଗୌରାଙ୍ଗ ମାଝୀ, ନବୀନ ମାଝୀ,ଈଶ୍ୱର ମାଝୀ, ପଙ୍କଜ ହରିଜନ ସମେତ କ୍ରିକେଟ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.