ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ଜଣେ ଦକ୍ଷ ସଂଗଠକ, ସମାଜସେବୀ, ଯୁବନେତା, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଦଳିତ ଆଦିବାସୀ ମହାସଂଘ ଲାଞ୍ଜିଗଡ଼ ବ୍ଲକ ଶାଖାର ଉପସଭାପତି ମହେନ୍ଦ୍ର କରୁଆଙ୍କ ଦୁଃଖଦ ବିୟୋଗ ଘଟିଥିବା ବେଳେ ଆଜି ଲାଞ୍ଜିଗଡ଼ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ କରୁଆଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ହିମାଦ୍ରି ପେସିନିଆଙ୍କ ସଭାପତିତ୍ବ ଅନୁଷ୍ଠିତ ଉକ୍ତ ସଭାରେ ସମାଜସେବୀ ମହେନ୍ଦ୍ର କରୁଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ, ଜିଲ୍ଲା ସମ୍ପାଦକ ଜଗଦୀଶ ବେନିଆ,ପାତ୍ର ମାଝୀ, ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ, ବିଶ୍ଵନାଥପୁର ସମିତି ସଭ୍ୟ ଅଜିତ ମାଝୀ, ବିଜେଡି ନେତା ତରୁଣ ଦାସ, ମନୋରଞ୍ଜନ ବିଶି, ହରିହର କୁମାର, କିଶୋର ହରପାଲ, ସତ୍ୟ ନାଏକ, ବନ ଦଲେଇ, ବୁଲୁ ଚଣ୍ଡୀଙ୍କ ସମେତ ଅନ୍ୟାନ୍ୟ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ।