ଡବଲ ଇଂଜିନ ସରକାରରେ ଅବହେଳିତ ଓଡିଶା :ସମାଜବାଦୀ ପାର୍ଟି

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଓଡ଼ିଶାକୁ ୫୦୦ କୋଟି ଟଙ୍କା କମ୍ କେନ୍ଦ୍ରୀୟ ଅନୁଦାନI ମିଳିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ସମାଜବାଦୀ ପାର୍ଟି I ପାର୍ଟର ରାଜ୍ୟ ସଭାପତି ଶିବ ହାତୀଙ୍କ ଅଭିଯୋଗ ମୁତାବକ ଆଗରୁ ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ବିଜେପି ସରକାର ଥିଲାବେଳେ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ବର୍ତମାନର ଡବଲ ଇଂଜିନ ସରକାର ସମୟରେ ଯଥେଷ୍ଟ କମ I ବିକଶିତ ଓଡିଶର ନାରା ଦେଉଥିବା ଭାଜପା ସରକାରରେ ଓଡିଶା ସମ୍ପୂର୍ଣ ଅବହେଳିତ ହୋଇଛି I ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି I ସ୍ୱତନ୍ତ୍ର ରାଜ୍ୟ ପହ୍ୟା ଦାବି ହେଉ କି ରେଳ ବଜେଟ ସବୁ କ୍ଷେତ୍ରରେ ଓଡିଶା କୁ ଅଣଦେଖା କରୁଛି ଭାଜପା I ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଯାଏଁ ସଡ଼ଜ ସଂଯୋଗ ହୋଇପାରି ନାହିଁ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗତ ଅଧିବେଶନରେ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିବା ସହ ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା କରିବାକୁ ଘୋଷଣା କରିଥିଲେ | ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ଅନୁଦାନ ହ୍ରାସ କରିବା ପରେ ରାଜ୍ୟ ସରକାରଙ୍କ ଏହି ଘୋଷଣାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି ସମାଜବାଦୀ ପାର୍ଟି।

Omkar Vasthu
Omkar Vasthu

ଗତ ସରକାରଙ୍କ ଶେଷ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅନୁଦାନ ପ୍ରଦାନ କରିଥିଲେ, ଏବେ ବିଜେପି ସରକାରଙ୍କ ସମୟରେ ତା’ଠାରୁ ଓଡ଼ିଶା ୫୦୦ କୋଟି ଟଙ୍କା କମ୍ ପାଇଛି| ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରରୁ ବିପୁଳ ଅର୍ଥ ରାଶି ମିଳିବ ବୋଲି ଦଳୀୟ ନେତାମାନେ ମାରିଥିବା ବାହାଦୂରୀ ଏବେ ଛଳନା ବୋଲି ପ୍ରମାଣିତ ହୋଇଛି ।୨୦୨୩-୨୪ ଆର୍ଥିକ ବର୍ଷରେ ତତ୍‌କାଳୀନ ସରକାର ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଅର୍ଥରେ
ଗ୍ରାମାଞ୍ଚଳକୁ ସଡ଼କ ନିର୍ମାଣ କରାଯାଉଥିଲା ଏବଂ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଥିଲେ। ୨୦୨୪-୨୫ରେ ରାଜ୍ୟରେ ବିଜେପି ସରକାର କେନ୍ଦ୍ରରୁ ଏହି ଯୋଜନାରେ ମାତ୍ର ୭୧୨ କୋଟି ଟଙ୍କା ଆଣିବାରେ ସକ୍ଷମ ହୋଇଛନ୍ତି । ଫଳରେ ଓଡ଼ିଶା ଡବଲ୍ ଇଞ୍ଜିନ୍ ସରକାରରେ ଉପେକ୍ଷିତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

ପୂର୍ବରୁ ରାଜ୍ୟ ସରକାର ଜେନ୍ଦ୍ର ନିକଟରେ ଓଡ଼ିଶାର ଅବହେଳାର ତୀବ୍ର ପ୍ରତିବାଦ କରିବା ସହ ଅଧିକ ଅନୁଦାନ ଦାବି କରୁଥିଲା । ସାଂସଦମାନେ ଦିଲ୍ଲୀରେ ବିଭିନ୍ନ ମନ୍ତ୍ରୀଙ୍କ ନିକଟରେ ରାଜ୍ୟର ଦାବି ଉଠାଉଥିଲେ | ମାତ୍ର ସମ୍ପ୍ରତି ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ ହେଁ କେନ୍ଦ୍ର ନିକଟରେ ଓଡ଼ିଶାର ନାର୍ଯ୍ୟ ଦାବି ବ୍ୟବସ୍ଥିତ ଡଙ୍ଗରେ ଉପସ୍ଥାପିତ ହୋଇପାରୁନଥିବା ହେତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି । ଏହା ସତ୍ତ୍ୱେ ଓଡ଼ିଶା ସାଂସଦଙ୍କ ତୁଣ୍ଡ ଖୋଲୁ ନାହିଁ ଯାହା ଓଡିଶା ପାଇଁ ଦୁର୍ଭାଗ୍ୟପୁର୍ଣ I ସାଧାରଣତଃ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ କିସ୍ତି ଆକାରରେ ରାଜ୍ୟଗୁଡ଼ିକୁ ଅର୍ଥ ପ୍ରଦାନ କରାଯାଏ । ଯେଉଁ ରାଜ୍ୟଗୁଡ଼ିକ ସେମାନଙ୍କ କାମ ଶେଷ କରି ‘ୟୁସି’ ଦାଖଲ କରନ୍ତି, ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଅର୍ଥ ମିଳିଥାଏ । ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ରରୁ ଅଧିକ ଅର୍ଥ ପାଇବାକୁ ସମର୍ଥ ହୋଇଥାଆନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ପ୍ରଶାସନିକ ସ୍ଥାଣୁତା ଓ ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କ୍ଷେତ୍ରରେ ବାଧକ ହୋଇଛି । ବିରୋଧୀମାନେ ଏ ସଂକ୍ରାନ୍ତରେ କରୁଥିବା ଅଭିଯୋଗ ସତ୍ୟ ସାବ୍ୟସ୍ତ ହୋଇଛି ଓ ଏହା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କ୍ଷେତ୍ରରେ ଦୃଶ୍ୟମାନ ହୋଇଛି I

Udyog Nursery
Udyogi Nursery

ପୁନଶ୍ଚ ୨୦୧୧ ଜନଗଣନା ଆଧାରରେ ୨୦୧୭-୧୮ ମସିହାରେ ପ୍ରସ୍ତୁତ ସୂଚୀରେ ରାଜ୍ୟରେ ୫୯,୯୭୧ଟି ରାଜସ୍ବ ଗ୍ରାମ ରହିଥିଲା | ସେଥିମଧ୍ୟରୁ ୫୧,୬୭୧ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରରେ ପର୍ଯ୍ୟାୟକ୍ରମେ ସଡ଼କ ସଂଯୋଗୀକରଣ ହୋଇଥିଲେ ସୁଦ୍ଧା ଏବେ ବି ରାଜ୍ୟର ୮୩୦୦ ଗ୍ରାମକୁ ସଡ଼କ ସଂଯୋଗ ହୋଇନାହିଁ I ଏହାମଧ୍ୟରେ କୋରାପୁଟ ଜିଲ୍ଲାର ସର୍ବାଧ‌ିକ ୧୩୭୪ଟି ଗ୍ରାମ ବାବେଳେ ରାୟଗଡାର ୧୦୯୯, ନବରଙ୍ଗପୁରର ୬୪୧, କଳାହାଣ୍ଡିର ୫୭୪ ଗ୍ରାମ ରହିଛି। ଏଣୁ ଓଡିଶାର ସ୍ୱାର୍ଥ ପାଇଁ ଓଡ଼ିଆ ସାଂସଦ ମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରିବାକୁ ସେ ଆହ୍ୱାନ କରିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.