ଏଫ୍.ଏମ୍. କଲେଜର ବରିଷ୍ଠ ସହାୟକ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ଦିଆଗଲା ଅବସର କାଳୀନ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ କଲେଜରେ ୧୯୯୦ ମସିହାରୁ ଚାକିରୀ ଆରମ୍ଭ କରିଥିବା ପୂର୍ଣ୍ଣଚନ୍ଦ୍ର ପାଢ଼ୀ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବାଲେଶ୍ଵର ଓ ପରିଶେଷରେ ଫକୀରମୋହନ କଲେଜ ପରି ଐତିହ୍ୟସମ୍ପନ୍ନ ଅନୁଷ୍ଠାନରେ ବରିଷ୍ଠ ସହାୟକ ଓ ମୁଖ୍ୟ ସହାୟକ ଭାବରେ ବିଭିନ୍ନ ଦାୟିତ୍ୱରେ ରହି ପରିଶେଷରେ ଆଦ୍ୟ ଅନୁଷ୍ଠାନରୁ ଔପଚାରିକ ଭାବରେ ବିଦାୟ ସମ୍ବର୍ଦ୍ଧନା ଲାଭ କରିଛନ୍ତି। ଏଥିପାଇଁ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଅଧ୍ୟକ୍ଷ ପ୍ରଫେସର୍ ଦିଲ୍ଲୀପ କୁମାର ଘୋଷଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରଫେସର୍ ଫିରୋଜ କୁମାର ପାଢ଼ୀ, ବିତ୍ତ ଅଧିକାରୀ ପ୍ରଫେସର୍ ଦେବେନ୍ଦ୍ରନାଥ ରାଉତ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍ ରାଜେଶ ରାଉତ, ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ଅଭିଜିତ ଦାସ, ଓଡ଼ିଆ ବିଭାଗମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ, ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗ ମୁଖ୍ୟ ଡକ୍ଟର ସମୀର କୁମାର ସାହୁ, ମୁଖ୍ୟ ସହାୟକ ଶ୍ରୀ ପ୍ରଦୀପ କୁମାର ଶତପଥୀ, ବରିଷ୍ଠ ସହାୟକ ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ପୂର୍ବତନ ମୁଖ୍ୟ ସହାୟକ ଶ୍ରୀ ପ୍ରଭାତ କୁମାର ତରାଇ, ଆକାଉଣ୍ଟାଣ୍ଟ ଶ୍ରୀ ପ୍ରଭାତ କୁମାର ମହାରଣା, ଶ୍ରୀମତୀ ରଞ୍ଜିତା ନାୟକ, କନିଷ୍ଠ ଗ୍ରନ୍ଥାଗାରିକ ଶ୍ରୀ ଶକ୍ତିଧର ବାରିକ, ଗୋପବନ୍ଧୁ ଦାସ, ଗିରିଜାଶଙ୍କର କର ଓ ଅନ୍ୟ ସମସ୍ତ ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇ ନିଜ ନିଜର ଅଭିଭାଷଣ ଏବଂ ଅନୁଭୂତି ରଖିଥିଲେ। ଅବସର ଗ୍ରହଣ କରୁଥିବା ଶ୍ରୀ ପାଢ଼ୀ ନିଜର ଦୀର୍ଘ ଚାକିରି ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲା ବେଳେ ମହାବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ପରିଶେଷରେ ଅଧ୍ୟକ୍ଷ ପ୍ରଫେସର୍ ଘୋଷ ନିଜର ଅଭିଭାଷଣ ରଖିଥିବା ବେଳେ ଆନୁଷ୍ଠାନିକ ଭାବେ ଶ୍ରୀ ଶକ୍ତିଧର୍ ବାରିକ୍ ଧନ୍ୟବାଦ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.