ପୋଲିସ ଏଏସ୍ଆଇଙ୍କ ଅର୍ଦ୍ଧ ପୋଡ଼ା ମୃତ ଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ସକାଳ ସମୟରେ ଜୁନାଗଡ଼ ଥାନା ବନମାଳିପୁର ଜାତୀୟ ରାଜପଥ ୨୬ ଉପରେ ଜଣେ ପୋଲିସ ଏଏସ୍ଆଇଙ୍କ ଅର୍ଦ୍ଧ ପୋଡ଼ା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଏଏସ୍ଆଇ ହେଉଛନ୍ତି ପବିତ୍ର ଗୋଲାପି ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ବୋରିଗୁମ୍ମା ବୋଲି ଜଣାପଡିଛି । ସେ ପୂର୍ବରୁ କେଗାଁ ଥାନାରେ କାର୍ଯ୍ୟରତ ଥିବା ବେଳେ ଏକ ମାସ ତଳେ ଏସପି ଅଫିସକୁ ବଦଳି ହୋଇଥିଲେ । ଏସପି ଅଫିସରେ କାର୍ଯ୍ୟରତ ଥିବା ବେଳେ କୌଣସି କାରଣ ବସତ ସେ ଚାକିରିରୁ ନିଲମ୍ୱିତ ହୋଇ ରିଜର୍ଭ ପୋଲିସରେ ଯୋଗଦାନ କରିଥିଲେ । କିନ୍ତୁ ଆଜି ରାଜପଥ ଉପରେ ସକାଳ ସମୟରେ ତାଙ୍କର ଅର୍ଦ୍ଧ ପୋଡ଼ା ମୃତ ଦେହ ପଡିଥିବା ବେଳେ ପାଖରେ ତାଙ୍କର ବାଇକ ମଧ୍ୟ ପୋଡିଯାଇଥିବା ଅବସ୍ଥାରେ ମିଳିଛି । ଘଟଣାସ୍ଥଳରେ ଜୁନାଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ଆଗକୁ ବଢ଼ିଲେ ଏହା ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ ତାହା ଜଣାପଡିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.