ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଧବଳେଶ୍ଵର ବାବାଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। ଧବଲେଶ୍ୱର ବାବାଙ୍କ ବିବାହ ଉତ୍ସବ ପାଇଁ କନ୍ୟା ମାତାପିତା ପୂର୍ବତନ ସରପଞ୍ଚ ପ୍ରେମରାଜ ପାଣ୍ଡେ ଧର୍ମପତ୍ନୀ ପଦ୍ମିନୀ ପାଣ୍ଡେ ମା ପାର୍ବତୀଙ୍କୁ ଝିଅ ରୂପେ ନିଆଯାଇଥିଲା। ପିନ୍ଧାଣି କାର୍ଯ୍ୟ ସମାପନ ପରେ ବରାନୁଗମନ ହୋଇଥିଲା। ଶିବଙ୍କ ପିତାମାତା ରାଜୁ ବିଶି ଧର୍ମପତ୍ନୀ ସରୋଜିନୀ ବିଶିଙ୍କ ଘରୁ ପାରମ୍ପରିକ ବାଜା ସହ ବରଯାତ୍ରୀ ଦଳ ବାହାରିଥିଲେ। ଏଥିରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ତେବେ ମନ୍ଦିର ପରିସରରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଥିବାବେଳେ ପ୍ରଭୁ ମହାଦେବ ଓ ମାତା ପାର୍ବତୀ ଶ୍ରଦ୍ଧାଳୁଙ୍କୁ ଯୁଗଳ ଦର୍ଶନ ଦେଇଥିଲେ।





