ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟ୍ରୁଖମାର ଠାରେ ରବିବାର ରେଜାଙ୍ଗଲା ସହୀଦ ମାଟି କଳସ ଯାତ୍ରାକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଞ୍ଚଳିକ ଯାଦବ ସମିତି କୁଟ୍ରୁଖମାର ପକ୍ଷରୁ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଜଗଦିଶ ଯାଦବ, ସୁବାସଚନ୍ଦ୍ର ନାଗ, ପୁରୁଷୋତ୍ତମ ଗହିର, ଉପେନ୍ଦ୍ର ଚଲାନ, କରୁଣା ଚଣ୍ଡି, ସଭାପତି ମୋହନ ଗହିର, ଉପ ସଭାପତି ମୁରଲୀ ଚଲାନ, ସମ୍ପାଦକ ଅହିଧ୍ୱଜ ନାଗ, ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବାଗ, କୋଷାଧ୍ୟକ୍ଷ ତୁଳସୀ ନାଗ, ମହିଳା ନେତ୍ରୀ କମଳିନୀ ଯାଦବ, ଭବାନୀପାଟଣା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହିର, ଜିଲ୍ଲା ଯାଦବ ମହାସଭା କୋଷାଧ୍ୟକ୍ଷ ତୁଳମଣି ନାଗଙ୍କ ସହିତ କୁଟ୍ରୁଖମାର ଆଞ୍ଚଳିକ ଯାଦବ ସମିତିର ଯାଦବ, ଯୁବ ଯାଦବ, ମହିଳା ଯାଦବ, ଛାତ୍ର, ଛାତ୍ରୀ ଯାଦବ ଶହେରୁ ଉର୍ଦ୍ଧ ଉପସ୍ଥିତ ରହି ଏହି କଳସ ଯାତ୍ରାକୁ ସ୍ବାଗତ କରିଥିଲେ।